ETV Bharat / state

ବେଆଇନ ପୋଖରୀ ଖନନ ଉପରେ ବନବିଭାଗର ଚଢାଉ, 6 ଅଟକ

ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବୁଟୁଖମନ ସଂରକ୍ଷିତ ଜଙ୍ଗଲରେ ବେଆଇନ ପୋଖରୀ ଉପରେ ବନବିଭାଗର ଚଢାଉ । ଅଧିକ ପଢନ୍ତୁ...

author img

By

Published : Jan 28, 2021, 2:13 PM IST

ଛଅ ଜଣ ଅଟକ
ଛଅ ଜଣ ଅଟକ

ସୁବର୍ଣ୍ଣପୁର: ବେଆଇନ ପୋଖରୀ ଖନନ ଉପରେ ବନାଞ୍ଚଳ ବିଭାଗର ଚଢାଉ । ଜିଲ୍ଲାର ବୀରମହାରାଜପୁର ବୁଟୁଖମନ ସଂରକ୍ଷିତ ଜଙ୍ଗଲରେ ବେଆଇନ ପୋଖରୀ ଖୋଳୁଥିବା ସମୟରେ ବନ ବିଭାଗ ଚଢାଉ କରି ଛଅଜଣଙ୍କୁ ଅଟକ ରଖିବା ସହିତ ତିନିଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ।

ବେଆଇନ ପୋଖରୀ ଖନନ ଉପରେ ଚଢାଉ

ସୂଚନାଅନୁସାରେ, ସୁବଲୟା ବନପାଳ ଅଧିନସ୍ଥ ବୁଦେଲବାହାଲ ଜଙ୍ଗଲ ମଧ୍ୟରେ ତ୍ରୀଲୋଚନ ମେହେର ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ଏକ ପୋଖରୀ ଖନନ କରୁଥିଲେ । କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ବନଖଣ୍ଡ ଅଧିକାରୀଙ୍କ ନେତୃତ୍ବରେ ଚଢାଉ କରିଥିଲା ।

ଚଢାଉରେ ନିୟୋଜିତ ଥିବା 6ଜଣଙ୍କୁ ଅଟକ ରଖିବା ସହିତ ଗୋଟିଏ ଜେସିବି(od-31-A-9182) ସହିତ 3ଟି ଟ୍ରାକ୍ଟର( ଓଆର ୧୫ଏସ ୯୮୮୧, ଓଡି ୧୫ଜେ ୧୧୮୨) ଜବତ କରିଛି ବନ ବିଭାଗ । ଜବତ ତିନିଟି ଟ୍ରାକ୍ଟର ଭିତରୁ ଗୋଟିଏ ନମ୍ବର ବିହୀନ ରହିଛି । ଘଟଣାରେ ସମସ୍ତ ଛଅଜଣଙ୍କୁ ଅଟକ ରଖି ବନ ବିଭାଗ ତଦନ୍ତ ଜାରି ରଖିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.