ETV Bharat / state

କ୍ବାରେଣ୍ଟାଇନ କେନ୍ଦ୍ରରେ ପଲିଥିନ ଖାଦ୍ୟକୁ ବିରୋଧ, ଅନ୍ତେବାସୀଙ୍କ ରାସ୍ତାରୋକ

ଦୀର୍ଘ ସମୟ ଧରି ସୋନପୁର ଡୁଙ୍ଗୁରିପାଲି ରାସ୍ତାର ସିଘିଂଯୁବାଠାରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ଏହି ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି ।

କ୍ବାରେଣ୍ଟାଇନ କେନ୍ଦ୍ରର ଅନ୍ତେବାସୀଙ୍କ ରାସ୍ତାରୋକ

author img

By

Published : Aug 20, 2020, 6:37 PM IST

ସୁବର୍ଣ୍ଣପୁର: ଜିଲ୍ଲା ବିନିକା ବ୍ଲକ ସିଘିଂଯୁବା କ୍ବାରେଣ୍ଟାଇନ ସେଣ୍ଟରର ଅନ୍ତେବାସୀମାନେ ରାସ୍ତାରୋକ କରିଛନ୍ତି। ଦୀର୍ଘ ସମୟ ଧରି ସୋନପୁର ଡୁଙ୍ଗୁରିପାଲି ରାସ୍ତାର ସିଘିଂଯୁବାଠାରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଏହି ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି ।

କ୍ବାରେଣ୍ଟାଇନ କେନ୍ଦ୍ରର ଅନ୍ତେବାସୀଙ୍କ ରାସ୍ତାରୋକ

ଏହି କ୍ବାରେଣ୍ଟାଇନ କେନ୍ଦ୍ରର ଅନ୍ତେବାସୀଙ୍କୁ ଖାଇବାକୁ ଦେବାବେଳେ ଖଲି ଦନା ବଦଳରେ ପଲିଥିନ ବ୍ୟବହାର କରି ଖାଇବାକୁ ଦେଉଥିବା ଅଭିଯୋଗରେ ଏହି ରାସ୍ତାରୋକ କରାଯାଇଛି। ଅନ୍ତେବାସୀଙ୍କୁ ଖାଇବା ସମୟରେ ଖାଦ୍ୟ ନ ଦେଇ ବିଳମ୍ବରେ ଖାଦ୍ୟ ଦେଉଥିବା ବି ଅଭିଯୋଗ କରିଛନ୍ତି । ତେବେ ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ସ୍ଥାନୀୟ ସରପଞ୍ଚଙ୍କୁ ଅନ୍ତେବାସୀମାନେ ଘେରି ରଖିବା ପରେ ଗାଁ ଲୋକେ ପହଞ୍ଚି ଅନ୍ତେବାସୀଙ୍କୁ ବୁଝାସୁଝା କରିଛନ୍ତି । ଅନ୍ତେବାସୀଙ୍କ ଦାବିକୁ ସରପଞ୍ଚ ମାନି ନେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.