ETV Bharat / state

କାର୍ଯ୍ୟକ୍ଷମ ହେଉନାହିଁ ସର୍ବସାଧାରଣ ଶୌଚାଳୟ - ସୁବର୍ଣ୍ଣପୁର ସହରରେ ସର୍ବସାସଧାରଣ ସୌଚାଳୟ ଅଚଳ

ସୁବର୍ଣ୍ଣପୁର ସହରରେ ମିର୍ମାଣ ହୋଇଛି ସର୍ବସାଧାରଣ ଶୌଚାଳୟ । କିନ୍ତୁ ହୋଇପାରୁନାହଁ ବ୍ୟବହାରକ୍ଷମ । ପଢନ୍ତୁ ଅଧିକ....

କାର୍ଯ୍ୟକ୍ଷମ ହେଉନାହିଁ ସର୍ବସାଧାରଣ ଶୌଚାଳୟ
କାର୍ଯ୍ୟକ୍ଷମ ହେଉନାହିଁ ସର୍ବସାଧାରଣ ଶୌଚାଳୟ
author img

By

Published : Oct 26, 2020, 5:36 PM IST

ସୁବର୍ଣ୍ଣପୁର: ଐତିହାସିକ ସୁବର୍ଣ୍ଣପୁର ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ବାହ୍ୟ ମଳମୁକ୍ତ ସହରରେ ପରିଣତ କରିବା ପାଇଁ ତିଆରି ହୋଇଛି ସର୍ବସାଧାରଣ ଶୌଚାଳୟ। ସଦର ପୌରପରିଷଦ ପକ୍ଷରୁ ଆମ୍ବେଦକର ଛକରେ ଏହି ବ୍ୟବସ୍ଥା କରାଯାଇଥିବା ବେଳେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନପାରିବାରୁ ବାହାରେ ସୌଚ ହେବାକୁ ବାଧ୍ୟ ହେଉଛନ୍ତି ଲୋକେ । ଏହି ସହରକୁ ଆଜକୁ ଦୁଇ ବର୍ଷ ପୂର୍ବରୁ ବାହ୍ୟ ମଳ ମୁକ୍ତ ସହର ଭାବେ ଘୋଷଣା କରାଯାଇଥିଲେ ସୁଦ୍ଧା ଆଜକୁ 5ବର୍ଷ ତଳେ ନିର୍ମାଣ କରାଯାଇଥିବା ସର୍ବସାଧାରଣ ସୌଚାଳୟ ବ୍ୟବହାର କରାନଯାଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି।

କାର୍ଯ୍ୟକ୍ଷମ ହେଉନାହିଁ ସର୍ବସାଧାରଣ ଶୌଚାଳୟ

ଆଜକୁ ଦୁଇ ବର୍ଷ ତଳେ 31 ଅଗଷ୍ଟ 2018 ରେ ଏହାର ଆବଶ୍ୟକିୟ ମରାମତି କରାଯାଇ ଉଦଘାଟନ କରାଯାଇଥିଲା। ପୂର୍ବରୁ ଦୁଇ ଜଣ ଜିଲ୍ଲାପାଳ ଏହାର ଉଦଘାଟନ କରିଥିବା ବେଳେ ସୋନପୁର ବିଧାୟକ ତଥା ମନ୍ତ୍ରୀ ମଧ୍ୟ ଏହାର ଉଦଘାଟନ କରିଛନ୍ତି। ହେଲେ ଆଜିଯାଏଁ ଏହି ଶୌଚାଳୟରେ ତାଲା ପଡ଼ିଛି। ଏହାକୁ ବ୍ୟବହାର ଯୋଗ୍ୟ କରିବା ସହିତ ସହରର ସୁରେଶ୍ବରୀ ମନ୍ଦିର , ରାମେଶ୍ବର ମନ୍ଦିର ,ବ୍ଲକ ଛକ ଓ କଚେରୀ ଛକ ଆଦି ସ୍ଥାନରେ ସର୍ବସାଧାରଣ ଶୌଚାଳୟ ତିଆରି କରିବା ପାଇଁ ଦାବି ହେଉଛି।

ସୁବର୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.