ETV Bharat / state

କାଲି ରାଜ୍ୟ ଶିକ୍ଷା ଅଧିକାର ଆଇନର ପ୍ରଥମ ଜନଶୁଣାଣି

ମଙ୍ଗଳବାର ଓଡିଶା ରାଜ୍ୟ ଶିକ୍ଷା ଅଧିକାର ଆଇନର ପ୍ରଥମ କ୍ୟାମ୍ପ  ଜନଶୁଣାଣି କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜିତ ହେବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 5, 2019, 9:48 PM IST

ସୁବର୍ଣ୍ଣପୁର: ମଙ୍ଗଳବାର ଓଡିଶା ରାଜ୍ୟ ଶିକ୍ଷା ଅଧିକାର ଆଇନର ପ୍ରଥମ କ୍ୟାମ୍ପ ଜନଶୁଣାଣି କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜିତ ହେବ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ସନ୍ଧ୍ୟାବତୀ ପ୍ରଧାନ ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେବେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ମଙ୍ଗଳବାର ଦିନ 10 ଟା 30 ମିନିଟ ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ କାର୍ଯ୍ୟାଳୟରେ ଏହି ଜନଶୁଣାଣି କରାଯିବ । ତେବେ ଏହି କାର୍ଯ୍ୟକ୍ରମରେ ଶିକ୍ଷା ଅଧିକାରରୁ ବଞ୍ଚିତ ଥିବା ଶିଶୁମାନଙ୍କ ସୁରକ୍ଷା ସଂପର୍କରେ ମିଳିଥିବା 20ଟି ମାମଲାର ବିଚାର କରାଯିବ ।

ତେବେ ଶିଶୁମାନଙ୍କ ଶିକ୍ଷା ଅଧିକାରର ସୁରକ୍ଷା ପାଇଁ ରାଜ୍ୟରେ ପ୍ରଥମ କରି ଏହି ଜନଶୁଣାଣି କରାଯିବ । ଏଥିରେ ଶିଶୁ ହିତାଧିକାରୀଙ୍କ ସମେତ, ଶିକ୍ଷକ, ଅଭିଭାବକ, ଶିକ୍ଷା ଅଧିକାରୀମାନେ ସାମିଲ ହେବେ ।

ଏଥିସହ ଆସନ୍ତା ଅଗଷ୍ଟ 7 ତାରିଖରୁ ଜିଲ୍ଲାରେ ଶିଶୁ ଶିକ୍ଷା ଅଧିକାର ସଂପର୍କିତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ।

ଜିଲ୍ଲାରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ସ୍ବେଛାସେବୀ, ଆଇନଜୀବୀ, ସାମ୍ବାଦିକ ତଥା ବୁଦ୍ଧିଜୀବୀ ଓ ବିଦ୍ୟାଳୟ ଶିକ୍ଷା କମିଟର ସଭ୍ୟ ସଭ୍ୟାମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

ତେବେ ସାର୍ବଜନୀନ ପ୍ରାଥମିକ ଶିକ୍ଷା ପ୍ରତିଟି ଶିଶୁର ମୌଳିକ ଅଧିକାର ଓ ଏଥିରୁ କେହି ବଞ୍ଚିତ ହେବେ ନାହିଁ ବୋଲି ସହରର ସର୍କିଟ ହାଉସଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା କମିଶନ କହିଛନ୍ତି ।

ସୁବର୍ଣ୍ଣପୁରରୁ ତାର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତାକାଲି ଓଡିଶା ରାଜ୍ୟ ଶିକ୍ଷା ଅଧିକାର ଆଇନର ପ୍ରଥମ କେମ୍ପ କୋର୍ଟରେ ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହେବ ।ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ସଂଧ୍ୟାବତୀ ପ୍ରଧାନ ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେବେ ।ଆସନ୍ତାକାଲି 10 ଟା 30 ମିନିଟ ସମୟରେ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ କାର୍ଯ୍ୟାଳୟରେ ଏହି ଶୁଣାଣୀ କରାଯିବ ।ଶିକ୍ଷା ଅଧିକାରରୁ ବଂଚିତ ଶିଶୁମାନଙ୍କ ସୁରକ୍ଷା ସଂପର୍କରେ ମିଳିଥିବା 20ଟି ମାମଲାର ବିଚାର କରାଯିବ ।ପୁଣି କାଲି ନୂତନ ଅଭିଯୋଗ ଆସିଲେ ବି ତାହାର ଶୁଣାଣୀ କରାଯିବ ବୋଲି ଜଣା ପଡିଛି ।ଶିଶୁମାନଙ୍କ ଶିକ୍ଷା ଅଧିକାରର ସୁରକ୍ଷା ପାଇଁ ରାଜ୍ୟରେ ପ୍ରଥମ କରି ଏହି ଜନଶୁଣାଣୀ କରାଯିବ ।ଏଥିରେ ଶିଶୁ ହିତାଧିକାରୀଙ୍କ ସମେତ ,ଶିକ୍ଷକ ,ଅଭିଭାବକ ,ଶିକ୍ଷା ଅଧିକାରୀ ମାନେ ସାମିଲ ହେବେ ।Body:ଆସନ୍ତା ଅଗଷ୍ଟ 7 ତାରିଖରୁ ଜିଲ୍ଲାରେ ଶିଶୁ ଶିକ୍ଷା ଅଧିକାର ସଂପର୍କିତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ସଂଧ୍ୟାବତୀ ପ୍ରଧାନ କହିଛନ୍ତି ।ଜିଲ୍ଲାରେ ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ,ଅଭିଭାବକ ,ଶିକ୍ଷକ ,ସ୍ବେଛାସେବୀ ,ଆଇନଜିବୀ ,ସାମ୍ବାଦିକ ତଥା ବୁଦ୍ଧିଜିବୀ ଓ ବିଦ୍ୟାଳୟ ଶିକ୍ଷା କମିଟୀର ସଭ୍ୟସଭ୍ୟାମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ ।ସାର୍ବଜନୀନ ପ୍ରାଥମିକ ଶିକ୍ଷା ପ୍ରତିଟି ଶିଶୁର ମୌଳିକ ଅଧିକାର ଓ ଏଥିରୁ କେହି ବଂଚିତ ହେବେ ନାହିଁ ବୋଲି କମିଶନ କହିଛନ୍ତି ।
Conclusion:ସହରର ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା କମିଶନ କହିଛନ୍ତି।
ବାଇଟ1-ସନ୍ଧ୍ୟାବତୀ ପ୍ରଧାନ , ଶିଶୁ କମିଶନ , ଭୁବନେଶ୍ୱର ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.