ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶ୍ରମିକ ସଂଗଠନର ଧାରଣା - protest

ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସହ ଥିବା ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ବିଭିନ୍ନ ଦାବି ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ତିନି ଦିନିଆ ବିକ୍ଷୋଭ ପ୍ରଦଶନ କରାଯାଇଛି । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶ୍ରମିକ ସଂଗଠନର ଧାରଣା

author img

By

Published : Nov 4, 2020, 1:23 PM IST

ସୁବର୍ଣ୍ଣପୁର: ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସହ ଥିବା ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ବିଭିନ୍ନ ଦାବି ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆ ହୋଇଛି । ଏହି ଧରଣା ତିନି ଦିନ ଧରି ଚାଲିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶ୍ରମିକ ସଂଗଠନର ଧାରଣା

ବିଭିନ୍ନ ଜିଲ୍ଲା ଶ୍ରମ କମିଶନର ଓ ଜିଲ୍ଲାପାଳଙ୍କ ପାଖରେ ଦୀର୍ଘଦିନ ଧରି ପଡ଼ି ରହିଥିବା ମୃତ୍ୟୁ ଜନିତ କ୍ଷତିପୂରଣ, ସାଇକେଲ ଓ ନିରାପତ୍ତା ସାମଗ୍ରୀ ସମେତ ଅନ୍ୟାନ୍ୟ ସହାୟତା ତୁରନ୍ତ ପ୍ରଦାନ, ନିର୍ମାଣ ଶ୍ରମିକମାନଙ୍କୁ ଭବିଷ୍ୟନିଧି ଓ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ନିଗମରେ ସାମିଲ କରିବା , ସମସ୍ତ ନିର୍ମାଣ ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ଶ୍ରମିକ ନିର୍ମାଣ ଶ୍ରମିକ ବୋର୍ଡ଼ର ରେଜିଷ୍ଟ୍ରସନ ବାଧ୍ୟତାମୂଳକ କରିବା,ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି,କେନ୍ଦ୍ର ସରକାରଙ୍କ ସରକାରୀ ଉଦ୍ୟୋଗ ଘରୋଇକରଣ ଉଦ୍ୟମ, ଶ୍ରମିକ,କୃଷକ ଓ କର୍ମଚାରୀ ବିରୋଧୀ ନିତି ବିରୁଦ୍ଧରେ ଆନ୍ଦେଳନ ଆରମ୍ଭ ହୋଇଛି ।

ନଭେମ୍ବର 3ରୁ 5ତାରଖ ଯାଏଁ ଏହି ଆନ୍ଦୋଳନ ରାଜ୍ୟବ୍ୟାପି ଚାଲିବ । ସମସ୍ତ ଦାବିକୁ ସରକାର ପୂରଣ କରିବାକୁ ମଜଦୁର କଂଗ୍ରେସ ପକ୍ଷରୁ ଚାପ ସୃଷ୍ଟି କରାଯାଉଛି । ଯଦି ଦାବି ପୂରଣ ନ ହୁଏ ତେବେ ଆଗକୁ ତୀବ୍ର ବିକ୍ଷୋଭ ପ୍ରଦର୍ଶନ ଦେବ ବୋଲି କହିଛି ଶ୍ରମିକ ସଂଗଠନ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.