ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବଣିକ ସଙ୍ଘ ପକ୍ଷରୁ ସହରର ବିଜୁ ପଟ୍ଟନାୟକ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସଂଘର ବରିଷ୍ଠ ସଭ୍ୟ ସତ୍ୟନାରାୟଣ ରାଓଙ୍କ ନେତୃତ୍ବରେ ଶତାଧିକ ବ୍ୟବସାୟୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।
ବ୍ୟବସାୟୀମାନେ ଜିଏସଟି ସରଳିକରଣ ଦାବିରେ ଶନିବାର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଆଗରେ ଗଣଧାରଣାରେ ବସିଥିଲେ। କେନ୍ଦ୍ର ସରକାର ଲାଗୁ କରିଥିବା ଆୟକର ବ୍ୟବସ୍ଥା ବା ଜିଏସଟି ବ୍ୟବସାୟୀମାନଙ୍କ ପାଇଁ ବୋଝ ହୋଇ ପଡିଛି ବୋଲି ବ୍ୟବସାୟୀମାନେ ଏହି ଆନ୍ଦୋଳନ କରିଥିବା ସଙ୍ଘ ପକ୍ଷରୁ କୁହାଯାଇଛି।
ତେବେ ଜିଏସଟିର ଜଟିଳତାକୁ କମ କରିବା ସହିତ ଏହାର ସରଳିକରଣ କରାଯାଉ ଅବା ପୂର୍ବର ଟ୍ୟାକ୍ସ ବ୍ୟବସ୍ଥା ଲାଗୁ କରିବାକୁ ଜିଲ୍ଲା ବଣିକ ସଙ୍ଘ ଦାବି କରିଛି। ଗତ ମାସରେ ମଧ୍ୟ ଜିଲ୍ଲା ବଣିକ ସଙ୍ଘ ଜିଏସଟି ସରଳିକରଣ ପାଇଁ ଆନ୍ଦୋଳନ କରିଥିଲେ। ତେବେ ଦାବି ପୂରଣ ନହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ଓ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସଂଘ କହିଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ