ETV Bharat / state

କାରାଗାରରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ - ସୁବର୍ଣ୍ଣପୁର

କାରାଗାରରେ ବିଚାରାଧୀନ ଜଣେ କଏଦୀଙ୍କର ମୃତ୍ୟୁ ଘଟିଛି । ମୃତ କଏଦୀ ଜଣଙ୍କ ହେଲେ ଟିକୁ ଅଜଗର ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : May 19, 2019, 3:09 PM IST

ସୁବର୍ଣ୍ଣପୁର: କାରାଗାରରେ ବିଚାରାଧୀନ ଜଣେ କଏଦୀଙ୍କର ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉପ କାରାଗାରରେ । ମୃତ କଏଦୀ ଜଣଙ୍କ ହେଲେ ଟିକୁ ଅଜଗର ।

ସୂଚନା ଅନୁଯାଇ, ଗତ ଏପ୍ରିଲ 24ରେ ବିନିକା ସହରର ବିଦେଶୀ ମଦ ଦୋକାନ ପରିସରରେ ଟିକୁ ଅଜଗର ଦୁଷ୍ଣନ୍ତ କିଷାନ ନାମକ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ । ଏହାପରେ ସେ ନିଜେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ । ତେବେ ହଠାତ୍ ରବିବାର ଟିକୁ ଅଜଗରଙ୍କ ଶରୀରରେ ବିଭିନ୍ନ କ୍ଷତଚିହ୍ନ ଦେଖି ତାଙ୍କୁ ତୁରନ୍ତ ଜେଲ କର୍ତ୍ତୃପକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

କିନ୍ତୁ ଅତ୍ୟଧିକ ରକ୍ତସ୍ରାବ ହେତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚି ଘଟଣାର ଅନୁସନ୍ଧାନ କରିବା ସହ ଜେଲ କର୍ତ୍ତୃପକ୍ଷଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରିଛନ୍ତି ।

ତେବେ ମୃତ ବିଚାରାଧୀନ କଏଦୀଟିକୁ ଅଜଗରଙ୍କ ମୃତ୍ୟୁ କାରଣ ଜଣାପଡିନଥିବାବେଳେ କେହି ତାଙ୍କୁ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ଏପଟେ ଟିକୁ ଅଜଗରଙ୍କ ମୃତ୍ୟୁର ତଦନ୍ତ ପରେ ସବୁ ବିଷୟ ସାମ୍ନାକୁ ଆସିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

sdgs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.