ସୁବର୍ଣ୍ଣପୁର: ଜିଲ୍ଲାରେ ନିଶା ବେପାରୀ ଗିରଫ । ଆଜି ବିପୁଳ ପରିମାଣରେ କଫସିରପ ଜବତ କରିବା ସହିତ ଏହି ଘଟଣାରେ ୩ ଜଣକୁ ଗିରଫ କରିଛି ପୋଲିସ । ଆଜି(ବୁଧବାର) ପ୍ରାୟ 10 ଟା ବେଳେ ପଟାଭାଡି ବ୍ଳକ ଛକ ରାସ୍ତାରେ ତିନି ଜଣ ବେପାରୀ କଫସିରପ ବିକ୍ରୀ କରୁଥିବା ବେଳେ ପୋଲିସ ଚଢାଉ କରି 100 ବୋତଲ କଫସିରପ ସହିତ ତିନିଜଣ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ତେବେ ଜବତ କଫସିରଫ ଭିତରେ 10 ଗୋଟି କଫସିରପ ବୋତଲ ନକଲି ବୋଲି ଜଣା ପଡିଛି । କିଛି ମାଦକ ଓ ତରଳ ପଦାର୍ଥ କଫସିରପରେ ମିଶ୍ରଣ କରି ବିକ୍ରୀ କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି । ଗିରଫ ହୋଇଥିବା ଯୁବକ ହେଲେ ଉତ୍ତମ ବେହେରା ଓ ମାନସ ପାଢୀ ଏବଂ ଉଲୁଣ୍ଡା ସହରର ଭଗବାନ ସାହୁୁ । ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଏସଡିପିଓ ପୁଷ୍ପାଞ୍ଜଳି ମିଙ୍ଗି ।
ଇଟିଭି ଭାରତ, ସୁବର୍ଣ୍ଣପୁର