ETV Bharat / state

ଜଳିଗଲା ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଇପ - ସୁବର୍ଣ୍ଣପୁର

ସମ୍ବଲପୁର ଉଲୁଣ୍ଡା ନିକଟରେ ମେଗା ଜଳସେଚନ ପ୍ରକଳ୍ପ ପାଇଁ ରଖାଯାଇଥିବା ପାଇପରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପାଇପ ନଷ୍ଟ ହୋଇଯାଇଛି । ଅଧିକ ପଢନ୍ତୁ...

ଜଳିଗଲା ପ୍ଲାଷ୍ଟିକ ପାଇପ
ଜଳିଗଲା ପ୍ଲାଷ୍ଟିକ ପାଇପ
author img

By

Published : Feb 1, 2021, 8:04 PM IST

ସୁବର୍ଣ୍ଣପୁର: ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ । ସମ୍ବଲପୁର ଉଲୁଣ୍ଡା ନିକଟରେ ମେଗା ଜଳସେଚନ ପ୍ରକଳ୍ପ ପାଇଁ ରଖାଯାଇଥିବା ପାଇପରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପାଇପ ନଷ୍ଟ ହୋଇଯାଇଛି ।

ଜଳିଗଲା ପ୍ଲାଷ୍ଟିକ ପାଇପ
ଜଳିଗଲା ପ୍ଲାଷ୍ଟିକ ପାଇପ

ସୂଚନା ଅନୁଯାୟୀ, ମେଗା ଜଳସେଚନ ପ୍ରକଳ୍ପରୁ ଉଲୁଣ୍ଡା ଅଞ୍ଚଳକୁ ପାଣି ଯୋଗାଇ ଦେବା ପାଇଁ ପାଇପ କାମ ଚାଲିଛି । ଏଥିପାଇଁ ବିଭିନ୍ନ ଯାଗାରେ ପାଇପ ଗୁଡିକ ରଖାଯାଇଛି । ସୋମବାର ଉଲୁଣ୍ଡା ନିକଟ ଏକ କ୍ଷେତରେ ଥିବା ପାଇପକୁ କେହି ଜଣେ ନିଆଁ ଲଗାଇ ଦେଇଥିଲା ।

ଜଳିଗଲା ପ୍ଲାଷ୍ଟିକ ପାଇପ

ଫଳରେ ଲକ୍ଷାଧିକ ଟଙ୍କାର ପାଇପ ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତୁରନ୍ତ ଏହାର ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଚାଷ ଜମିକୁ ଜଳସେଚନ ହେବା ନେଇ ଚାଷୀଙ୍କ ଭିତରେ ଉତ୍ସାହ ଦେଖା ଦେଇଥିବାବେଳେ ପାଇପ ପୋଡ଼ିଦେବା ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.