ETV Bharat / state

ପ୍ଲାଷ୍ଟିକ ଫ୍ରି ସୁବର୍ଣ୍ଣପୁର, ଦୋକାନମାନଙ୍କରେ ଚଢାଉ

ସୁବର୍ଣ୍ଣପୁର ସହରକୁ ପ୍ଲାଷ୍ଟକ ମୁକ୍ତ କରିବା ନେଇ ବିଭାଗୀୟ ଅଧିକାରୀଙ୍କ ଦୋକାନ ପରେ ଦୋକାନରେ ଚଢାଉ । ଚଢାଉ ବେଳେ 7 ହଜାରୁ ଊର୍ଦ୍ଧ୍ବ ଜୋରିମାନା ଆଦାୟ ହୋଇଛି ।

author img

By

Published : Jul 2, 2019, 1:11 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଜିଲ୍ଲା ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ଦୋକାନ ବଜାରରେ ଚଢାଉ କରି ପ୍ଲାଷ୍ଟିକ ସାମଗ୍ରୀ ଜବତ କରାଯାଇଛି । ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଦୀଶ ମହନନ୍ଦ ଓ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ତ୍ରିପୁରା ମହାନନ୍ଦଙ୍କ ଉପସ୍ଥିତିରେ ଏହି ଚଢାଉ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସହରକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ପୌର ପରିଷଦ ପକ୍ଷରୁ ବାରମ୍ବାର ସଚେତନ କାର୍ଯ୍ୟକ୍ରମ କରାଯାଇଥିଲେ ମଧ୍ୟ ଖୋଲାଖୋଲି ଭାବେ ବଜାରରେ ପ୍ଲାଷ୍ଟିକ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଚଢାଉ କରାଯାଇଛି ।

ଏହି ଚଢାଉରେ 7ଟି ଦୋକାନରୁ 7 କୋଜି କ୍ୟାରୀ ବ୍ୟାଗ, 61 ବସ୍ତା ଥର୍ମକୁଲ ସାମଗ୍ରୀ ଜବତ କରାଯାଇଛି । ସେପଟେ ଦୋକାନମାନଙ୍କ ପାଖରୁ 7 ହଜାର 5 ଶହ ଟଙ୍କା ଜୋରିମାନ ଆଦାୟ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ସହରର ଦୋକାନ ବଜାର ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ପ୍ଲାଷ୍ଟିକ ସାମଗ୍ରୀ ଜବତ କରାଯାଇଛି।ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଦୀଶ ମହନନ୍ଦ ଓ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ତ୍ରିପୁର ମହନନ୍ଦ ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା।ସହରକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ପୌର ପରିଷଦ ପକ୍ଷରୁ ବାରମ୍ବାର ନୋଟିସ ଦେବା ସହିତ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ହେଲେ ଲୋକେ ତଥାପି ପ୍ଲାଷ୍ଟିକ ପଲିଥିନ ବେଗ, ଥର୍ମକୁଳ ଖଲି ଦନା, ଚା କପ, ପାଣି ଗ୍ଲାସ ଆଦି ବ୍ୟବହାର କରୁଛନ୍ତି।ପୌର ପରିଷଦ କର୍ମଚାରୀ ମାନେ ପ୍ଲାଷ୍ଟିକ ବ୍ୟବସାୟ କରୁଥିବା ଦୋକାନିମାନଙ୍କୁ ବି ବାରମ୍ବାର ପ୍ଲାଷ୍ଟିକ ବେପାର ନ କରିବା କୁ ମନା କରିଛନ୍ତି।ହେଲେ ସହରରେ ବିପୁଳ ପରିମାଣରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ନ ହେବାରୁ ଆଜି ଏହି ଚଢ଼ାଉ କରାଯାଇଛି।Body:ଏହି ଚଢ଼ଉରେ 7ଟି ଦୋକାନରୁ 7 କେଜି କେରି ବେଗ , 61 ବସ୍ତା ଥର୍ମକୁଳ ସାମଗ୍ରୀ ଜବତ କରାଯାଇଛି।ଦୋକାନୀ ମାନଙ୍କ ପାଖରୁ 7 ହଜାର 5 ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି।Conclusion:ଏହି ଐତିହାସିକ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା କୁ ପୌର ପରିଷଦର ଏହି ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.