ETV Bharat / state

ମହାନଦୀରେ ଅପ୍ରାକୃତିକ ମାଛ ମରା ଅଭିଯୋଗ

ସୁବର୍ଣ୍ଣପୁରରେ ପ୍ରବାହିତ ମହାନଦୀରେ ଅପ୍ରାକୃତିକ ଉପାୟରେ ଚାଲିଛି ମାଛ ମରା । ଯଦ୍ବାରା ଦିନକୁ ଦିନ ମାଛଙ୍କ ପ୍ରଜାତି ଓ ସଂଖ୍ୟା ହ୍ରାସ ପାଉଛି । ଅଧିକ ପଢନ୍ତୁ..

author img

By

Published : Apr 2, 2021, 4:02 PM IST

ମହାନଦୀରେ ଅପ୍ରାକୃତିକ ମାଛ ମରା
ମହାନଦୀରେ ଅପ୍ରାକୃତିକ ମାଛ ମରା

ସୁବର୍ଣ୍ଣପୁର: ସହରର ଏକ ପାର୍ଶ୍ବରେ ପ୍ରବାହିତ ହେଉଛି ଚୀରସ୍ରୋତା ମହାନଦୀ । ଲୋକେ କାହିଁ କେଉଁ କାଳରୁ ଏହି ମହାନଦୀ ଉପରେ ନିର୍ଭର କରି ଚଳି ଆସୁଛନ୍ତି । ବିଶେଷକରି କୈବର୍ତ୍ତ୍ୟ ଓ ଝରା ସମ୍ପ୍ରଦାୟର ଲୋକଙ୍କ ଜୀବନଜୀବିକା ଏହି ନଦୀ ସହ ସଂଶ୍ଲିଷ୍ଟ । ହେଲେ ଏବେ କିଛି ଅସାମାଜିକ ଲୋକ ଅପ୍ରାକୃତିକ ଉପାୟରେ ମହାନଦୀରୁ ମାଛ ମାରୁଛନ୍ତି । ଯଦ୍ବାରା ଦିନକୁ ଦିନ ମାଛଙ୍କ ପ୍ରଜାତି ଓ ସଂଖ୍ୟା କମି କମି ଆସୁଥିବାବେଳେ ଜଳ ପ୍ରଦୂଷଣ ବଢିବାରେ ଲାଗିଛି । ଫଳରେ ନଦୀ ଉପରେ ନିର୍ଭରଶୀଳ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେଉଛି ।

ମହାନଦୀରେ ଅପ୍ରାକୃତିକ ମାଛ ମରା

କିଛି ଅସାମାଜିକ ଲୋକ ବିଭିନ୍ନ ଜାଗାରେ ଡିନାମାଇଟ ଓ ରାସାୟନିକ ତେଲ ବ୍ୟବହାର କରି ମାଛ ମାରୁଛନ୍ତି । ଏହି ଅପ୍ରାକୃତିକ ଉପାୟରେ ମାଛ ମରା ଯୋଗୁଁ ମାଛ ଯାଅଁଳ ସହିତ ବିଭିନ୍ନ ପ୍ରକାରର ଜଳଜୀବଙ୍କ ସଂଖ୍ୟା କମିବାରେ ଲାଗିଛି । ଜିଲ୍ଲାର କେଉଁଟି ପାଲିଠାରୁ ଆରମ୍ଭ କରି ସୁବଳୟା ଯାଏଁ ପ୍ରାୟ 60 କିଲୋମିଟର ମହାନଦୀ ଗର୍ଭରେ ବିଭିନ୍ନ ଯାଗାରେ ବ୍ଳାଷ୍ଟିଂ ସାହାଯ୍ୟରେ ମାଛ ମାରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଜନସାଧାରଣଙ୍କ ଭିତରେ ବ୍ୟାପକ ଜନସଚେତନତା ସୃଷ୍ଟି କରୁଛନ୍ତି । ପୋଲିସ ପକ୍ଷରୁ ଏହି ବେଆଇନ କାର୍ଯ୍ୟ ରୋକିବା ପାଇଁ ପେଟ୍ରୋଲିଂ ବି କରାଯାଉଛି । ହେଲେ କାର୍ଯ୍ୟାନୁଷ୍ଠାନ କଡାକଡି ହେଉ ନ ଥିବାରୁ ଲୋକେ ଏହି ଅପ୍ରାକୃତିକ ଉପାୟରେ ମାଛ ମାରି ଚାଲିଛନ୍ତି ।

ଏଣୁ ମତ୍ସ୍ୟଜୀବୀଙ୍କ ଜୀବିକା ଓ ମହାନଦୀର ସୁରକ୍ଷା ପାଇଁ ବ୍ଳାଷ୍ଟିଂ ଭଳି କାର୍ଯ୍ୟରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କ ଉପରେ ଆଖି ଦୃଶିଆ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.