ETV Bharat / state

ସୁବର୍ଣ୍ଣପୁରରେ ହୀରାର ସନ୍ଧାନ ! ମାଡିଆସିଲେ ଜନସମୁଦ୍ର - dimond

ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଗୋପପାଲି ଗାଁରେ ହୀରା ମିଳିବାର ଗୁଜବ ଉଠିଥିଲା । ଆଉ ତାପରେ ଏଭଳି ଆଣାୟତ୍ତ ପରିସ୍ଥିତି । ପରିସ୍ଥିତି ଏପରି ହୋଇଛି ଯେ ଘଟଣାସ୍ଥଳକୁ ପୋଲିସ, ରାଜସ୍ବ ବିଭାଗ ଓ ଖଣି ବିଭାଗର କର୍ମଚାରୀକୁ ଯିବାକୁ ପଡିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jun 7, 2019, 5:13 PM IST

ସୁବର୍ଣ୍ଣପୁର: ଜିଲ୍ଲାର ବୀରମହାରାଜପୁର ଗୋପପାଲି ଗାଁ । ହୀରାଲାଲଙ୍କ ଜମି । ଏଠି ରହିଛି ଅମୂଲ୍ୟ ସମ୍ପଦ । ଏ ମାଟିରୁ ବାହାରିବ ମୂଲ୍ୟବାନ ହୀରା । ଯିଏ ପାଇବ ହୀରା ତାର । ମିଳିଗଲେ ମାଲେମାଲ । ରାତାରାତି କୋଟିପତି । ଏପରି ଗୁଜବ ଖେଳିଯିବା ପରେ ମାଡି ଆସିଲା ଜନସମୁଦ୍ର । ହୀରା ପାଇଁ କ୍ଷଣିକରେ ଖିନଭିନ କରିଦେଲେ ହୀରାଲାଲଙ୍କ ଜମି । ମୂଲ୍ୟବାନ ହୀରାର ଲୋଭ ଏପରି ଘାରିଥିଲା ଯେ ଜମି ମାଲିକଙ୍କ ବାରଣ କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ପୁରା ଘଟଣା ଥିଲା ଏପରି । ନିଜ ଜମିରେ ଇଟା ଗଢାଉଥିଲେ ହୀରାଲାଲ । ଜଣେ ଶ୍ରମିକ ସେଠୁ ଏକ ମୂଲ୍ୟବାନ ପଥର ପାଇଥିବା ଖବର ଚାରିଆଡେ ଖେଳିଯାଇଥିଲା । ଆଉ ତାପରେ ଏଭଳି ଆଣାୟତ୍ତ ପରିସ୍ଥିତି । ପରିସ୍ଥିତି ଏପରି ହୋଇଛି ଯେ ଘଟଣାସ୍ଥଳକୁ ପୋଲିସ, ରାଜସ୍ବ ବିଭାଗ ଓ ଖଣି ବିଭାଗର କର୍ମଚାରୀକୁ ଯିବାକୁ ପଡିଛି ।

ପୂର୍ବରୁ ବୀରମହାରାଜପୁର ବଡମାଳ ଗାଁରୁ ମୂଲ୍ୟବାନ ପଥର ବେଆଇନ ଖନନ ହେଉଥିବା ଖବର ଆସିଥିଲା । ସୃଷ୍ଟି ହୋଇଥିଲା ଆଇନ ଶୃଙ୍ଖଳା ପରିସ୍ଥିତି । ଆଉ ଏବେ ପୁଣିଥରେ ଏଭଳି ଘଟଣା ପରେ ଖଣି ବିଭାଗ ତତ୍ପର ହୋଇଉଠିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:Body:

hdhdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.