ETV Bharat / state

ବିକାଶ ଖୋଜୁଛି ତ୍ରିକୁଟ : ଜଗନ୍ନାଥଙ୍କ ଗୁପ୍ତଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର

author img

By ETV Bharat Odisha Team

Published : Dec 6, 2023, 12:16 PM IST

ଶ୍ରୀ ଜଗନ୍ନାଥଙ୍କ ଗୁପ୍ତଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର । ସରକାର ଏହି ପାତାଳୀ ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିଛନ୍ତି । ତେବେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିକାଶମୂଳକ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି । ଆଗକୁ ପଢ଼ନ୍ତୁ,

ତ୍ରିକୁଟ
ତ୍ରିକୁଟ
ତ୍ରିକୁଟ

ସୁବର୍ଣ୍ଣପୁର: ଶ୍ରୀଜଗନ୍ନାଥ ସଂସ୍କୃତିର ଆଦିକ୍ଷେତ୍ର ଭାବେ ପରିଚିତ ସୁବର୍ଣ୍ଣପୁର । ଶ୍ରୀଜଗନ୍ନାଥଙ୍କ ଗୁପ୍ତଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ରରେ ଅନେକ ଐତିହାସିକ ଓ ପ୍ରତ୍ନତାତ୍ତ୍ବିକ ପ୍ରମାଣ ରହିଛି । ରାଜ୍ୟ ସରକାର ଏହି ପାତାଳୀ ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିଛନ୍ତି । ତେବେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିକାଶମୂଳକ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇଛି ।

ଐତିହାସିକ ତଥ୍ୟ ଅନୁଯାୟୀ ବାଘପାଲି ନିକଟସ୍ଥ ତ୍ରିକୁଟ କନ୍ଦରରେ ଜଗତର ନାଥ ଶ୍ରୀଜଗନ୍ନାଥ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ଶୁଭଦ୍ରାଙ୍କ ସହିତ ପ୍ରାୟ 144 ବର୍ଷ ଧରି ନିଜର ଲୀଳା ରଚନା କରିଥିଲେ । ଅନନ୍ୟ ପ୍ରାକୃତିକ ଶୋଭାରାଜିରେ ଭରପୁର ବାଘପାଲି ଗ୍ରାମ ନିକଟସ୍ଥ ତ୍ରିକୁଟ କନ୍ଦରରେ 104 ବର୍ଷ ଧରି ଗୁପ୍ତଲୀଳା କରିଥିବା ବେଳେ ପ୍ରାୟ 40 ବର୍ଷ ଧରି ତ୍ରିକୁଟ କନ୍ଦର ନିମ୍ନରେ ଏକ ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ତିନି ବିଗ୍ରହ ଦର୍ଶନ ଦେଇଥିବାର ପ୍ରମାଣ ମିଳେ । ତେବେ ରାଜ୍ୟ ସରକାର ଏହି ପାତାଳୀ ଶ୍ରୀକ୍ଷେତ୍ରକୁ ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପୀଠ ଭାବେ ଗ୍ରହଣ କରି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିଛନ୍ତି । ପାହାଡ଼ ସମୂହ ଭିତରେ ରହିଛି ପ୍ରାୟ 24 ଗୋଟି ଛୋଟ ବଡ ଗୁମ୍ପା । ଶ୍ରୀ ଜଗନ୍ନାଥ ଗୁମ୍ପା, ମାଧବ ଗୁମ୍ଫା, ଧ୍ୱନି ଗୁମ୍ଫା, ଅନନ୍ତନାଗ ଗୁମ୍ଫା, ଯୋଗୀ ଗୁମ୍ଫା, ଭ୍ରମର ଗୁମ୍ଫା ଆଦି ଅନେକ ଗୁମ୍ପାର ଭିନ୍ନ ଭିନ୍ନ ଐତିହାସିକ ମହତ୍ବ ରହିଛି । ତ୍ରିକୁଟ କନ୍ଦର ପାହାଡ଼ରୁ ବର୍ଷ ତମାମ ବହୁଛି ଏକ ମନୋରମ ଝର । ପ୍ରାୟ ତିନି ଶହ ମିଟର ଉଚ୍ଚତାରୁ ପାହାଡ ବକ୍ଷରୁ ନିର୍ଗତ ଝରଣାରେ ପାହାଡର ପାଦ ଦେଶରେ ଶ୍ରଦ୍ଧାଳୁମାନେ ସ୍ନାନ କରିବାର ଅନୁଭୂତି ନେଇଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପର୍ଯ୍ୟଟନ ସ୍ଥଳୀରେ ମଦ ଓ ପ୍ଳାଷ୍ଟିକ ବ୍ୟାନ, କଟକଣା ଜାରି କଲା ଜିଲ୍ଲା ପ୍ରଶାସନ

ପ୍ରାୟ 15 କିଲୋମିଟରରୁ ଅଧିକ ବ୍ୟାପ୍ତ ଘଞ୍ଚ ଜଙ୍ଗଲର କୋଟସମଲାଇ ପାର୍ଶ୍ବରେ ଅନେକ ବିକାଶ ମୂଳକ କାର୍ଯ୍ୟ କରାଯାଉଥିବା ବେଳେ ବାଘପାଲି ପାର୍ଶ୍ବରେ ଥିବା ଐତିହାସିକ ତ୍ରୀକୁଟ ପାହାଡ଼ରେ କୌଣସି ବିକାଶ ହୋଇ ପାରୁ ନଥିବା ଅଭିଯୋଗ ହେଉଛି । ଏକ ସଂକୀର୍ଣ୍ଣ ପାହାଡିଆ ରାସ୍ତାରେ ଶ୍ରଦ୍ଧାଳୁମାନେ ଶ୍ରୀ ଜଗନ୍ନାଥଙ୍କ କୃପା ଲାଭ କରିବାକୁ ଗୁମ୍ପାଗୁଡ଼ିକୁ ପରିଦର୍ଶନ କରିଥାଆନ୍ତି । ପ୍ରାକୃତିକ ଶୋଭାରାଜିରେ ଭରପୂର ଏହି ତ୍ରୀକୁଟ କନ୍ଦରରେ ଅନେକ ଐତିହାସିକ ପ୍ରମାଣ ରହିଥିବା ବେଳେ ଅନେକ ପ୍ରତ୍ନତାତ୍ତ୍ବିକ ଅବଶେଷ ରହିଛି ।

ପ୍ରତ୍ନତାତ୍ତ୍ବିକ ଖନନ ଓ ପରୀକ୍ଷଣ ପାଇଁ ବାଘପାଲି ଅଞ୍ଚଳର ଶ୍ରଦ୍ଧାଳୁ ଓ ଜନ ସାଧାରଣ ରାଜ୍ୟ ସରକାରଙ୍କ ନିକଟରେ ଅନେକବାର ଦାବି ଉପସ୍ଥାପନ କରିଛନ୍ତି । ବର୍ଷ ତମାମ ବାଘପାଲି ନିକଟସ୍ଥ ତ୍ରୀକୁଟ ପାହାଡ଼ରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ପରିଦର୍ଶନରେ ଯାଉଥିବା ବେଳେ ବିଦ୍ୟୁତ, ପାନୀୟ ଜଳ, ଶ୍ରଦ୍ଧାଳୁଙ୍କ ପାଇଁ ବିଶ୍ରାମ କକ୍ଷ, ସାଇକେଲ ଷ୍ଟାଣ୍ଡ, ବିଶ୍ରାମ ଗୃହ ଆଦି ନିର୍ମାଣ କରିବା ପାଇଁ ଦାବି ହେଉଛି । ହେଲେ ପାହାଡ଼ର ବାଘପାଲି ପାର୍ଶ୍ବରେ ବିକାଶର ନାଁ ଗନ୍ଧ ନାହିଁ । ତେବେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଏହି ଅନନ୍ୟ ପୀଠରେ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ କରିବା ସହିତ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିକାଶମୂଳକ କାର୍ଯ୍ୟ କରିବାକୁ ଦାବି ହେଉଛି । ବାଘପାଲି ପାର୍ଶ୍ବରେ ବିକାଶର ଧାରା ବୋହିଲେ ଜିଲ୍ଲାର ଏହି ଅନନ୍ୟ ପର୍ଯ୍ୟଟନ ପୀଠର ଶ୍ରୀବୃଦ୍ଧି ହେବା ସହିତ ଅର୍ଥନୈତିକ ପ୍ରଗତିରେ ଏହା ସହାୟକ ହେବ ।

ଇଟିଭି ଭାରତ,ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.