ETV Bharat / state

ହାତୀ ଘଉଡାଇବାକୁ ଯାଇଥିଲେ, ଦଳି ମାରିଲା ଦନ୍ତା

ହାତୀ ଘଉଡାଇବାକୁ ଯାଇଥିବା ସମୟରେ ଦଳି ମାରିଲା ହାତୀ । ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଗାଁ ଲୋକଙ୍କ ଦାବି । ଅଧିକ ପଢନ୍ତୁ...

ହାତୀ ଘଉଡାଇବାକୁ ଯାଇଥିବା ବେଳେ ଦଳି ମାରିଲା ହାତୀ

author img

By

Published : Nov 6, 2020, 1:29 PM IST

ସୁବର୍ଣ୍ଣପୁର: ବ୍ୟକ୍ତିଙ୍କୁ ଦଳି ମାରିଲା ହାତୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ହାତିପାଉଲ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସେହି ଗ୍ରାମର 57 ବର୍ଷୀୟ ଉଗ୍ରସେନ ଭୋଇ ବୋଲି ଜଣାପଡିଛି ।

ହାତୀ ଘଉଡାଇବାକୁ ଯାଇଥିବା ବେଳେ ଦଳି ମାରିଲା ହାତୀ

ସୂଚନାଯୋଗ୍ୟ, ହାତିପାଉଲ ଗାଁ ଜଙ୍ଗଲରେ ହାତୀ ପଲ କିଛି ଦିନ ହେଲା ରହି ଆସୁଛନ୍ତି । ରାତିରେ ହାତୀ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ଗାଁ ଲୋକଙ୍କ ସହ ମିଶି ରାତିରେ ଉଗ୍ରସେନ ହାତୀ ଘଉଡାଇବାକୁ ଯାଇଥିଲେ । ମାତ୍ର ସେ ହାତୀପଲର ହାବୁଡରେ ପଡି ଯାଇଥିଲେ ଏବଂ ସେଠାରେ ହାତୀ ତାଙ୍କ ଦଳି ଦେଇଥିଲା । ଘଟଣାସ୍ଥଳରେ ଉଗ୍ରସେନଙ୍କ ମୃତ୍ୟୁ ଘଟିଛି ।

ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ସମ୍ବଲପୁର ରେଢାଖୋଲ ଅଞ୍ଚଳରୁ ଉଲୁଣ୍ଡା ରେଞ୍ଜ ଜଙ୍ଗଲକୁ ହାତୀପଲ ଆସି ପ୍ରତିବର୍ଷ ବ୍ୟାପକ ଧନ ଜୀବନ କ୍ଷତି କରୁଛନ୍ତି । ହାତୀ ଘଉଡାଇବାକୁ ଯାଇ ଅନେକଙ୍କ ମୃତ୍ୟୁ ହେଉଛି । ତେବେ ମୃତ ଉଗ୍ରସେନଙ୍କ ପରିବାରକୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.