ସୁବର୍ଣ୍ଣପୁର: ଜିଲ୍ଲାର ଉଲୁଣ୍ଡା ରେଞ୍ଜ ପଣ୍ଡକିଟାଲ ଗ୍ରାମରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଦନ୍ତାହାତୀ ଦଳି ଦେଇଛି । ବୃଦ୍ଧ ବ୍ୟକ୍ତି ଜଣକ ଘରେ ଶୋଇଥିବା ବେଳେ ବୃଦ୍ଧ ବ୍ୟକ୍ତି ଜଣକ ଆକ୍ରମଣ କରିଥିଲା । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।
ମୃତ ବ୍ୟକ୍ତି ହେଉଛନ୍ତି ସ୍ଥାନୀୟ ହଲିପାଲି ଅଞ୍ଚଳର ନାରାୟଣ ଭୋଇ(60) ବୋଲି ଜଣାପଡିଛି । ନାରାୟଣ ବାହାର ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦନ୍ତା ହାତୀ ଆସି ଘର ଭାଙ୍ଗି ଭିତରକୁ ପଶିଥିଲା ଓ ତାଙ୍କୁ ଘର ଭିତରୁ ଟେକି ଆଣି ଘର ବାହାରେ ଦଳି ଦେଇଥିଲା । ବନ ବିଭାଗ ଓ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି ।
ଗତ କିଛି ମାସ ହେଲା ଉଲୁଣ୍ଡା ରେଞ୍ଚ ଅଞ୍ଚଳରେ ବଣୁଆ ହାତୀ ଉତ୍ପାତ କରୁଛି । ହେଲେ ବନ ବିଭାଗ ହାତୀ ନିୟନ୍ତ୍ରଣ କରିବା ସହିତ ଲୋକଙ୍କ ଧନ ଜୀବନ ସୁରକ୍ଷା କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି କରାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ