ETV Bharat / state

ସରକାରଙ୍କ ବିରୋଧରେ NSUIର ବିକ୍ଷୋଭ ପ୍ରଦର୍ଶନ

ଏନଏସୟୁଆଇ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ସରକାରଙ୍କ ବିରୋଧରେ  NSUIର ବିକ୍ଷୋଭ ପ୍ରଦର୍ଶନ
ସରକାରଙ୍କ ବିରୋଧରେ NSUIର ବିକ୍ଷୋଭ ପ୍ରଦର୍ଶନ
author img

By

Published : Aug 12, 2021, 1:57 PM IST

ସୁବର୍ଣ୍ଣପୁର: ଜିଲ୍ଲା ଏନଏସୟୁଆଇ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା ଯୁବ କଂଗ୍ରେସ ନଗର ସଭାପତି ସୁଧୀର ପଣ୍ଡାଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀମାନେ ସାମିଲ ହୋଇଥିବା ବେଳେ ସହରର ପଟାଭାଡ଼ି ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆନ୍ଦୋଳନ କରିଥିଲେ ବିକ୍ଷୋଭକାରୀ ।

ସରକାରଙ୍କ ବିରୋଧରେ NSUIର ବିକ୍ଷୋଭ ପ୍ରଦର୍ଶନ

ଏକ ବ୍ୟାନରରେ ନବୀନ ଷ୍ଟାଫ ସିଲେକ୍ସନ କମିଶନ ଲେଖି କମିଶନ ଟଙ୍କା ଦିଅ ଚାକିରି ନିଅ ବୋଲି ନାରବାଜି ଦେଇଥିଲେ ବିକ୍ଷୋଭକାରୀ । ରାଜ୍ୟ ଷ୍ଟାଫ ସିଲେକ୍ସନରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ମଧ୍ୟ କରିଛନ୍ତି । ରାଜ୍ୟ ସରକାର ଦୁର୍ନୀତିରେ ଉବୁଟୁବୁ ହେଉଥିବା ବେଳେ ଆବେଦନକାରୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କି ଦକ୍ଷତା ନୁହେଁ ବରଂ ଟଙ୍କା ଦେଲେ ସରକାରୀ ନିଯୁକ୍ତି ମିଳୁଥିବା ଅଭିଯୋଗ କରିଛନ୍ତି । ସ୍ୱଚ୍ଛ ଓ ନିର୍ମଳ ନିଯୁକ୍ତି ପ୍ରକ୍ରିୟା କରିବା ପାଇଁ ଦାବି କରିଛନ୍ତି । ସରକାରୀ ଚୟନ ଓ ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟପାଳ ହସ୍ତକ୍ଷେପ କରିବା ପାଇଁ ଜିଲ୍ଲା ପ୍ରଶାସନ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.