ETV Bharat / state

ଯାଯାବରଙ୍କୁ ମିଳୁନି କୋଭିଡ୍ ଟିକା

କୋରୋନାର ଦ୍ଵିତୀୟ ଲହର ଯୋଗୁଁ ଜନ ସଚେତନତା ଓ ମାସ୍କ ଚେକିଂକୁ କଡାକଡ଼ି କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ । ଏପଟେ ଯାଯାବର ଜୀବନ ଯାପନ କରୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ଟୀକାକରଣ ବ୍ୟବସ୍ଥା ଭିତରେ ସାମିଲ କରିବା ପାଇଁ ପରିବର୍ତ୍ତନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଦାବି ହୋଇଛି । ଅଧିକ ପଢନ୍ତୁ...

author img

By

Published : Apr 12, 2021, 9:34 AM IST

ଯାଯାବରଙ୍କୁ ମିଳୁନି କୋଭିଡ୍ ଟିକା
ଯାଯାବରଙ୍କୁ ମିଳୁନି କୋଭିଡ୍ ଟିକା

ସୁବର୍ଣ୍ଣପୁର: କୋରୋନାର ଦ୍ଵିତୀୟ ଲହର ଯୋଗୁଁ ଜନ ସଚେତନତା ଓ ମାସ୍କ ଚେକିଂକୁ କଡାକଡ଼ି କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ । ଜିଲ୍ଲାର ବିନିକା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ ଜଣା ପଡିବା ପରେ ମାସ୍କ ପରିଧାନ, ସାମାଜିକ ଦୂରତ୍ବ ରକ୍ଷା ସହିତ କୋଭିଡ ଟୀକାକରଣ ଉପରେ ପ୍ରଶାସନ ବେଶ ସଚେତନ ହୋଇଛି । କେନ୍ଦ୍ରକୁ ଯାଇ 45 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ପରିଚୟ ପତ୍ର ଦେଖାଇ କୋଭିଡ ଟିକା ନେବା ପାଇଁ ଜନସାଧାରଣଙ୍କ ଭିତରେ ବ୍ୟାପକ ସଚେତନତା କରାଯାଉଛି । ହେଲେ ବିଭିନ୍ନ ରାଜ୍ୟ ଓ ପାଖ ପଡୋଶୀ ଜିଲ୍ଲାରୁ ପେଟ ପୋଷିବା ପାଇଁ ଆସୁଥିବା ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ।

ଯାଯାବରଙ୍କୁ ମିଳୁନି କୋଭିଡ୍ ଟିକା

ଦୀର୍ଘ ସମୟ ଧରି ଏଣେତେଣେ ବୁଲି ବୁଲି ନିଜ ପରିବାର ଭରଣ ପୋଷଣ କରୁଥିବା ଲୋକଙ୍କ ପାଖରେ ପରିଚୟ ପତ୍ର ନ ଥିବାରୁ ଏମାନେ ଟୀକାକରଣରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି । ତେବେ ପ୍ରଶାସନ ପକ୍ଷରୁ ଯାଯାବର ଜୀବନ ଯାପନ କରୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ଟୀକାକରଣ ବ୍ୟବସ୍ଥା ଭିତରେ ସାମିଲ କରିବା ପାଇଁ ପରିବର୍ତନ ସ୍ବେଚ୍ଛା ସେବୀ ସଂଗଠନ ପକ୍ଷରୁ ଦାବି ହୋଇଛି ।

ଏହି ଯାଯାବର ଲୋକେ ବିଭିନ୍ନ ଯାଗାରେ ବୁଲିବା ସହ ହଜ଼ାର ହଜ଼ାର ଲୋକଙ୍କ ସହିତ ସଂସ୍ପର୍ଶରେ ଆସୁଛନ୍ତି । ଫଳରେ ଏମାନେ ସଂକ୍ରମଣର ମାଧ୍ୟମ ହେଉଥିବା ଅନୁମାନ କରାଯାଉଛି । ତେଣୁ ଯାଯାବର ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରି ଏମାନଙ୍କୁ ଟୀକାକରଣ କରାଯିବା ପାଇଁ ସ୍ବେଚ୍ଛାସେବୀମାନେ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.