ETV Bharat / state

କୋରୋନା କହର: ଏ ବର୍ଷ ହେବନି ଧନୁଯାତ୍ରା, ନିରାଶ ସୁବର୍ଣ୍ଣପୁରବାସୀ - Sonepur Dhanu Jatra

ପାର୍ବଣ ଉପରେ କୋରୋନା ପ୍ରଭାବ । ସୁରକ୍ଷା ଦୃଷ୍ଟିରୁ ଏବେ ବନ୍ଦ ହୋଇଛି ଧନୁଯାତ୍ରା । ଏ ବର୍ଷ ସୁବର୍ଣ୍ଣପୁର ରାମପୁରର ଧନୁଯାତ୍ରା ସ୍ଥଗିତ ରହିଛି । ଅଧିକ ପଢନ୍ତୁ..

କୋରୋନା କହର:  ଏ ବର୍ଷ ହେବନି ଧନୁଯାତ୍ରା
କୋରୋନା କହର: ଏ ବର୍ଷ ହେବନି ଧନୁଯାତ୍ରା
author img

By

Published : Dec 10, 2020, 7:36 PM IST

ସୁବର୍ଣ୍ଣପୁର: ଜିଲ୍ଲା ରାମପୁର ସହରରେ ଏଥର ଆଉ ଶୁଣିବାକୁ ମିଳୁନାହିଁ ମହାରାଜା କଂସଙ୍କର ଗର୍ଜନ । ମୁକ୍ତ ମଞ୍ଚରେ ଦେଖିବାକୁ ମିଳୁନାହିଁ କୃଷ୍ଣ ଲୀଳା। ଚଳିତ ବର୍ଷ କୋରୋନା କଟକଣାକୁ ଆଖି ଆଗରେ ରଖି ବନ୍ଦ କରାଯାଇଛି ଧନୁଯାତ୍ରା ମହୋତ୍ସବ l

କୋରୋନା କହର: ଏ ବର୍ଷ ହେବନି ଧନୁଯାତ୍ରା

ପ୍ରତିବର୍ଷ ଏଇ ଦିନରେ ରଙ୍ଗସଭାରେ ମହାରାଜା କଂସଙ୍କର ଉଚ୍ଚକୋଟିର ସଂଳାପ, ଅଟ୍ଟହାସ୍ୟ, ନୃତ୍ୟାଙ୍ଗନାଙ୍କର ଭଳିକି ଭଳି ନୃତ୍ୟ ଆଦି ଦେଖିବାକୁ ମିଳୁଥିଲା। ହେଲେ କୋଭିଡ କଟକଣା ଯୋଗୁଁ ଏଥର ଆଉ ମୁକ୍ତ ମଞ୍ଚରେ ଶ୍ରୀକୃଷ୍ଣଙ୍କ ଲୀଳାଭିନୟ ଦେଖିବାକୁ ମିଳୁନାହିଁ। ଧନୁଯାତ୍ରା କମିଟି ପକ୍ଷରୁ ସ୍ଥାନୀୟ ରାମଜୀ ମନ୍ଦିରରେ ଵିଧି ମୁତାବକ କୃଷ୍ଣ ଜନ୍ମ ଗାନ କରାଯାଇଛି l କୋରୋନା ଯୋଗୁଁ ବନ୍ଦ ହୋଇଛି ଧନୁଯାତ୍ରା ମହୋତ୍ସବ l ଵିଧି ମୁତାବକ କେବଳ ' ଶ୍ରୀକୃଷ୍ଣ ଜନ୍ମ' ପୁରାଣ ଗାନ କରାଯାଇଛି ।

ସେହିପରି ଜିଲ୍ଲାର ଉଲୁଣ୍ଡା ,ଅରିଗାଁ ଆଦି ଧନୁଯାତ୍ରା କମିଟି ପକ୍ଷରୁ ବି ଏହି ମହୋତ୍ସବକୁ ବନ୍ଦ କରାଯାଇଛି । ଆଉ ଏଥିଯୋଗୁଁ କଳାକାରଙ୍କ ସହିତ ବ୍ୟବସାୟୀ, ଟେଣ୍ଟ, ସାଉଣ୍ଡ ଓ ଲାଇଟ ବ୍ୟବସାୟୀ, ମ୍ୟୁଜିକ ଦଳ, ମିନା ବଜ଼ାର ବ୍ୟବସାୟୀ ଆଦି ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ।

ତେବେ ଆଗାମୀ ବର୍ଷ ରାମପୁର ସମେତ ଅରିଗାଁ ଓ ଉଲୁଣ୍ଡା ଆଦି ସହରରେ ପୁଣି ଧନୁଯାତ୍ରା ମହୋତ୍ସବ ପାଳନ କରିବା ପାଇଁ ମହୋତ୍ସବ କମିଟି ଗୁଡ଼ିକ ଆଶା ରଖିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.