ETV Bharat / state

ସୁବର୍ଣ୍ଣପୁର ନୂତନ କଂଗ୍ରେସ ଜିଲ୍ଲା ସଭାପତି ସମ୍ବର୍ଦ୍ଧିତ

author img

By

Published : Nov 8, 2020, 2:58 PM IST

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରୋଗ୍ରେସ ଇନ ସମ୍ମିଳନୀ କକ୍ଷରେ ନୂଆ ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ନୂତନ କଂଗ୍ରେସ ଜିଲ୍ଲା ସଭାପତି ସମ୍ବର୍ଦ୍ଧିତ

ସୁବର୍ଣ୍ଣପୁର: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରୋଗ୍ରେସ ଇନ ସମ୍ମିଳନୀ କକ୍ଷରେ ଏକ ସାଙ୍ଗଠନିକ ସଭା ଆୟୋଜିତ ହୋଇଯାଇଛି । ନୂତନ ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କୁ ଏହି ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ନୂତନ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଆଜି(ରବିବାର) ପ୍ରଥମ ଥର ପାଇଁ କଂଗ୍ରେସ ସଭାର ଆୟୋଜନ କରାଯାଇଥିଲା ।

ଜିଲ୍ଲା ନଗର କଂଗ୍ରେସ ସଭାପତି ସୁଧୀର ପଣ୍ଡା ସଭାପତିଙ୍କୁ ସ୍ବାଗତ କରିବା ସହିତ ଦଳକୁ ଜିଲ୍ଲାରେ ମଜଭୁତ କରିବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲା ସଭାପତି ଗୌରୀଶ୍ୟାମ କଂଗ୍ରେସର ସମସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଜିଲ୍ଲାରେ ଦଳକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ପାଇଁ ମତଭେଦ ଦୂର କରି ନିଷ୍ଠାର ସହିତ ସଭିଏଁ ମିଳିମିଶି କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ ।

ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବା ସହିତ ପ୍ରତିଟି ବୁଥ ସ୍ତରରେ କର୍ମୀମାନେ ଦଳ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ତେବେ ଏହି ଅବସରରେ ବିଜେପି ଓ ବିଜେଡିର କାର୍ଯ୍ୟକଳାପକୁ ସମାଲୋଚନା କରିବା ପାଇଁ ନୂତନ ସଭାପତି ଭୁଲି ନ ଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.