ETV Bharat / state

ବିରମହରାଜପୁରରେ ନୂତନ ପୋଲ, ହଜିବ ବିଚ୍ଛିନାଞ୍ଚଳର ପରିଚୟ

ସୋମବାର ଉଦଘାଟିତ ହୋଇଯାଇଛି ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ଉପଖଣ୍ଡର ହରିହର ଜୋର ଉପରେ ବହୁ ପ୍ରତୀକ୍ଷିତ ପୋଲ ।

author img

By

Published : Jul 1, 2019, 9:47 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ଉପଖଣ୍ଡର ହରିହର ଜୋର ଉପରେ ବହୁ ପ୍ରତୀକ୍ଷିତ ପୋଲ ଉଦଘାଟିତ ହୋଇଯାଇଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୋଲର ଉଦଘାଟନ କରିଛନ୍ତି।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ବର୍ଷା ପୂର୍ବରୁ ଏହି ପୋଲର ଉଦଘାଟନ ହୋଇଥିବାରୁ ବିରମହରାଜପୁର ଅଞ୍ଚଳବାସୀ ନିଜ ବିଧାୟକ ତଥା ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ପ୍ରତିବର୍ଷ ବର୍ଷା ଦିନରେ ଅଧିକାଂଶ ସମୟରେ ମହାନଦୀର ବନ୍ୟା ଜଳ ଯୋଗୁଁ ବିରମହରାଜପୁର ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହୁଥିଲା। ଫଳରେ ଲୋକେ ବିଭିନ୍ନ କାର୍ଯ୍ୟରେ ବାହାରକୁ ଯାଇପାରୁନଥିଲେ। ତେବେ ଏବେ ଏହି ଅସୁବିଧା ଦୂର ହୋଇ ପାରିଛି।

ପୋଲ ହେବା ଫଳରେ...

ପ୍ରଥମତଃ ହରିହର ଜୋର ଉପରେ ହୋଇଥିବା ଏହି ପୋଲ ଦ୍ବାରା ଜିଲ୍ଲାର ବିରମହରାଜପୁର ଉପଖଣ୍ଡ ଆଉ ବନ୍ୟା ଜଳ ପାଇଁ ବିଛିନାଞ୍ଚଳ ଭାବେ ରହିବ ନାହିଁ ।

ଦ୍ବିତାୟତଃ ଜଟେସିଂହାଠାରେ ଏହି ପୋଲ ହେବା ଫଳରେ ଜିଲ୍ଲା ସଦର ମହକୁମା ସହିତ ରେଢ଼ାଖୋଲ ଓ ବିରମହରାଜପୁରରୁ ବୌଦ୍ଧ ସହରକୁ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଉ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.