ETV Bharat / state

‘ସମସ୍ତ ମତଦାତା ସଶକ୍ତ-ସର୍ତକ-ସଚେତନ ହୁଅନ୍ତୁ’ - National Voters Day celebreted in subarnapur

ସୁବର୍ଣ୍ଣପୁର ଜିଲ୍ଲାରେ ଜାତୀୟ ଭୋଟର ଦିବସ ପାଳିତ । ଜନସାଧାରଣଙ୍କୁ ଗଣତନ୍ତ୍ରରେ ବିଶ୍ୱାସ ରଖିବାକୁ କହିଲେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ଜାତୀୟ ଭୋଟର ଦିବସ ପାଳିତ
ସୁବର୍ଣ୍ଣପୁରରେ ଜାତୀୟ ଭୋଟର ଦିବସ ପାଳିତ
author img

By

Published : Jan 25, 2021, 1:47 PM IST

ସୁବର୍ଣ୍ଣପୁର: ଆଜି 11ତମ ଜାତୀୟ ଭୋଟର ଦିବସ । ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ଭୋଟର ଦିବସ ପାଳିତ ହୋଇଛି।

ସୁବର୍ଣ୍ଣପୁରରେ ଜାତୀୟ ଭୋଟର ଦିବସ ପାଳିତ

ଜାତୀୟ ଭୋଟର ଦିବସ ଅବସରରେ ଜନସାଧାରଣଙ୍କୁ ଗଣତନ୍ତ୍ରରେ ବିଶ୍ୱାସ ରଖି ବିନା ପ୍ରଲୋଭନରେ ନିଜ ଲୋକ ପ୍ରତିନିଧି ବାଛିବାକୁ ସଚେତନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ । ଲୋଭର ବଶବର୍ତ୍ତୀ ନହୋଇ ଲୋକ ପ୍ରତିନିଧି ଚୟନ କରିବାକୁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ । ଜାତି ,ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଭୋଟ ଦେବାର ଅଧିକାର ରହିଥିବା ବେଳେ ଗଣତାନ୍ତ୍ରିକ ପରମ୍ପରା ବଜାୟ ରଖିବା ପାଇଁ ମୁକ୍ତ ,ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରତି ସମସ୍ତଙ୍କର କର୍ତ୍ତବ୍ୟ ରହିଛି ବୋଲି କହିଛନ୍ତି।

ତେବେ ଗରିବ ଜନସାଧାରଣ ବିନା ପ୍ରଲୋଭନରେ ନିଜ ମତାଧିକାର ସାବ୍ୟସ୍ତ କରିବା ପାଇଁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଆମର କର୍ତ୍ତବ୍ୟ ବୋଲି କହିଥିଲେ। ଏହି ସଭାରେ ନିର୍ବାଚନ ଦାୟିତ୍ୱରେ ରହୁଥିବା ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ସାମିଲ ହୋଇଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.