ETV Bharat / state

ସୁରେଶ୍ବର ପୀଠରୁ ଚୋରୀ, ତଦନ୍ତ ଜାରି - ଦାନହୁଣ୍ଡିରୁ ଚୋରୀ

ସୁବର୍ଣ୍ଣପୁରର ପ୍ରସିଦ୍ଧ ସୁରେଶ୍ବର ପୀଠରୁ ଚୋରୀ । ଦାନହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ତଥା ଅଳଙ୍କାର ଲୁଟ । ତଦନ୍ତ ଜାରି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 22, 2019, 10:10 AM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ବରୀଙ୍କ ପୀଠରୁ ଚୋରୀ । ମନ୍ଦିରର ପଛ କବାଟ ତାଲା ଭାଙ୍ଗି ଦାନହୁଣ୍ଡିରୁ ଦୁର୍ବୃତ୍ତ ଚୋରୀ କରି ନେଇଛନ୍ତି ଲକ୍ଷାଧିକ ଟଙ୍କା । ବୁଧବାର ବିଳମ୍ବିତ ରାତିରେ ମନ୍ଦିରରୁ ଚୋରୀ ହୋଇଥିବା ସୂଚନା ରହିଛି । ଆଜି ପୂଜକ ମାନେ ମନ୍ଦିର ଖୋଲିବାକୁ ଆସିବା ବେଳେ ଘଟଣା ସମ୍ପର୍କରେ ଜଣାପଡିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଏନେଇ ପୂଜକ ସଙ୍ଗେସଙ୍ଗେ ମନ୍ଦିର କମିଟି ସଭ୍ୟ, ଦେବୋତ୍ତର ବିଭାଗ ଓ ବରିଷ୍ଠ ପୂଜକଙ୍କୁ ଖବର ଦେଇଥିଲେ । ସମସ୍ତେ ପହଞ୍ଚିବା ପରେ ମନ୍ଦିରର ରୀତିନୀତି କରାଯାଇଥିଲା । ଅନ୍ୟପଟେ ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମନ୍ଦିରରୁ ଚୋରୀ ହେବା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ମନ୍ଦିରରେ ଚୋରୀ ହୋଇଥିଲା । ଦୁର୍ବୃତ୍ତ ମାନେ ଦାନହୁଣ୍ଡିରୁ ଟଙ୍କା ସହ ସୁନାରୂପା ଅଳଙ୍କାର ଲୁଟି ନେଇଥିଲେ । ବାରମ୍ବାର ଚୋରୀ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

dd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.