ସୁବର୍ଣ୍ଣପୁର: କୋରୋନା ମହାମାରୀ ସମୟରେ ରାଜ୍ୟରେ ଜୋର ଧରିଛି ମାସ୍କ ରାଜନୀତି ପ୍ରସଙ୍ଗ । ଏନେଇ ଗୁରୁବାର ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟରେ ମାସ୍କ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁଧୀର ପଣ୍ଡାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ରାଜ୍ୟରେ ବେଶ ଅଧିକ ଦାମରେ ସରକାର ମାସ୍କ କିଣିଥିବା ଅଭିଯୋଗ କରି ଏହି ଦୁର୍ନୀତିରେ ସରକାରୀ କର୍ମଚାରୀ ଓ ରାଜ୍ୟ ସରକାରଙ୍କ ନେତା ସମ୍ପୃକ୍ତ ଥିବା ଅଭିଯୋଗ କରାଯାଇଛି । ଏହି ଦୁର୍ନୀତି ଘଟଣାର ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଂଗ୍ରେସ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ