ETV Bharat / state

ମିଶୁନି ମନ, ଖତ ଖାଉଛି ଦୋକାନ - ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ପୌର ପଦିଷଦ ପକ୍ଷରୁ ନିର୍ମାଣ ହୋଇଥିବା ଶହ ଶହ ଦୋକାନ ବ୍ୟବସାୟୀଙ୍କୁ ମିଳୁ ନଥିବା ଅଭିଯୋଗ ହୋଇଛି । ଦୀର୍ଘ ବର୍ଷ ଧରି ଦୋକାନ ଘର ଗୁଡିକ ନିର୍ମାଣ ହୋଇଥିଲେ ସୁଦ୍ଧା ବ୍ୟବସାୟୀ ଟିଏ ପାଇ ପାରୁନି । ଫଳରେ ବାଧ୍ୟ ହୋଇ ରାସ୍ତାକଡରେ ବ୍ୟବସାୟୀ ଦୋକାନ କରିଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : May 21, 2019, 11:18 PM IST

ସୁବର୍ଣ୍ଣପୁର: ଯୁବ ଉଦ୍ୟୋଗୀଙ୍କ ପାଇଁ ସୁବର୍ଣ୍ଣପୁର ପ୍ରଶାସନ ପକ୍ଷରୁ ଅନେକ ଦୋକାନ ଘର ନିର୍ମାଣ ହୋଇଛି । ହେଲେ ଦିନ ପରେ ଦିନ ଗଡି ଚାଲିଛି, କିନ୍ତୁ ବ୍ୟବସାୟୀଙ୍କୁ ମିଳୁନି ଦୋକାନ । ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ 10 ବର୍ଷ ହେଲା ଦୋକାନଟିଏ ପାଇବାରୁ ବଞ୍ଚିତ ଅଛନ୍ତି ବ୍ୟବସାୟୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଚକାଚକ ଦୋକାନ ଘର । କିନ୍ତୁ ଦୁର୍ଭାଗ୍ୟର କଥା ଆଜି ପର୍ଯ୍ୟନ୍ତ ଉଦ୍ୟୋଗୀଙ୍କୁ ଦିଆଯାଇ ନାହିଁ । ଫଳରେ ରାସ୍ତାଘାଟରେ ଅସ୍ଥାୟୀ ଦୋକାନ କରି ବେପାର କରୁଛନ୍ତି ବ୍ୟବସାୟୀ । ପୌର ପରିଷଦ ପକ୍ଷରୁ ଶହ ଶହ ଦୋକାନ ଘର ନିର୍ମାଣ ହୋଇଛି । ହେଲେ ପୌର ପରିଷଦ ସଭ୍ୟଙ୍କ ମଧ୍ୟରେ ତାଳମେଳ ଅଭାବରୁ ଦୋକାନ ଘର ବଣ୍ଟା ଯାଇ ନଥିବା ଅଭିଯୋଗ ହୋଇଛି ।

ପୌର ପରିଷଦ ପକ୍ଷରୁ ବଲାଙ୍ଗୀର ରୋଡ, ସମ୍ବଲପୁର ରୋଡ, ପ୍ରୋଗ୍ରେସ-ଇନ ସମ୍ମୁଖ , ଘୋଡାଘାଟପଡାର କଚେରୀ ଛକ ଓ ସୁରେଶ୍ବରୀ ମନ୍ଦିରର ନିକଟରେ ଶତାଧିକ ଦୋକାନ ଗୃହ ତିଆରି ହୋଇଛି । ଏପରିକି ଦୋକାନ ଘର ବାଣ୍ଟିବା ପାଇଁ ବହୁବାର ବିଜ୍ଞାପନ ମଧ୍ୟ ଦିଆଯାଇଛି । କିନ୍ତୁ ପୁଞ୍ଜିପତିଙ୍କ ଚାପ ଓ କର୍ତ୍ତୃପକ୍ଷଙ୍କ ତାଳମେଳ ଅଭାବରୁ ସେମିତି ପଡି ରହିଛି ଦୋକାନସବୁ । ଏନେଇ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ଉଚ୍ଚ ନ୍ୟାୟାଳୟର ରହିତାଦେଶକୁ ଦୋଷ ଦେଇ କଥାକୁ ଏଡାଇ ଦେଇଛନ୍ତି ।

ଦୀର୍ଘ ବର୍ଷ ହେଲା ଯୁବ ଉଦ୍ୟୋଗୀଟିଏ ଦୋକାନ ଘର ପାଇବାକୁ ଅନେଇ ବସିଛି । ଏପଟେ କିନ୍ତୁ ପ୍ରଶାସନର କଥାରେ ତାଳମେଳ ରହୁ ନଥିବା ଯୋଗୁଁ ନିରାଶ ହେଉଛନ୍ତି ବ୍ୟବସାୟୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.