ETV Bharat / state

ଅଂଶୁଘାତରେ ବୃଦ୍ଧା ମୃତ୍ୟୁ ଅଭିଯୋଗ

ଗତ ମଙ୍ଗଳବାର ଉଫୁଲା ଗ୍ରାମର କସ୍ତୁରୀ ଜଗଦଲା କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିଲେ । ପ୍ରଚଣ୍ଡ ଖରା ସହି ନପାରି ସେ ଜଙ୍ଗଲରେ ଅଚେତ ହୋଇପଡିଥିଲେ । ଡାକ୍ତରଖାନା ନେବା ପରେ ତାଙ୍କର ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ଯ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : May 15, 2019, 2:12 PM IST

ସୁବର୍ଣ୍ଣପୁର: ଅଂଶୁଘାତରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଫୁଲା ଗ୍ରାମ ପଞ୍ଚାୟତର ଟିଠିପାଲି ଗାଁରେ । ତେବେ ମୃତ କସ୍ତୁରୀର ପରିବାର ବର୍ଗଙ୍କୁ ଅନ୍ତେଷ୍ଟି କରିବା ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ସହିତ ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବା ପାଇଁ ଗ୍ରାମ ପଞ୍ଚାୟତ ତରଫରୁ ଦାବି ହୋଇଛି ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଉପରୋକ୍ତ ଗ୍ରାମର କସ୍ତୁରୀ ଜଗଦଲା କାଠ ସଂଗ୍ରହ ପାଇଁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । କିନ୍ତୁ ପ୍ରଚଣ୍ଡ ଖରା ଯୋଗୁଁ କାଠ ସଂଗ୍ରହ କରୁଥିବା ଅବସ୍ଥାରେ ଜଙ୍ଗଲରେ ଅଚେତ ହୋଇ ଯାଇଥିଲେ । ଖବର ପାଇ ପରିବାର ଲୋକେ ତାଙ୍କୁ ଘରକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ । ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ଜାରି ରହିଥିବାବେଳେ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଲୋକେ ଘରୁ ପାଦ କାଢୁଛନ୍ତି । ଫଳରେ କସ୍ତୁରୀଙ୍କ ପରି ଅନେକ ଲୋକ ଗ୍ରୀଷ୍ଣ ପ୍ରବାହର ଶିକାର ହେଉଛନ୍ତି । ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସଚେତନତା ପଦକ୍ଷେପ ନିଆଯାଉନଥିବାରୁ ଲୋକେ ଗ୍ରୀଷ୍ମପ୍ରବାହର ଶିକାର ହେଉଥିବା ନେଇ ଅଭିଯୋଗ ହେଇଛି । କସ୍ତୁରୀର ପରିବାର ବର୍ଗଙ୍କୁ ଅନ୍ତେଷ୍ଟି କରିବା ପାଇଁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ସହିତ ଗ୍ରାମ ପଂଚାୟତ ତରଫରୁ ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବା ପାଇଁ ଦାବି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

prabir 1

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.