ETV Bharat / state

ପିଲା ଚୋରି ଅଭିଯୋଗରେ ଯୁବକ ଅଟକ - children

ପିଲା ଚୋରି ଅଭିଯୋଗରେ ଯୁବକ ଅଟକ। ଛୁଆକୁ ଚୋରି କରି ନେଇ ଯାଉଥିବା ବେଳେ ଧରାପଡିଥିଲା ଗ୍ରାମବାସୀଙ୍କ ହାତରେ। ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Apr 14, 2019, 1:44 PM IST

Updated : Apr 14, 2019, 3:09 PM IST

ସୁବର୍ଣ୍ଣପୁର: ପିଲା ଚୋରି ଅଭିଯୋଗରେ ଯୁବକ ଅଟକ। ଯୁବକ ଜଣକ ଏକ ଛୁଆକୁ ଚୋରି କରି ନେଇ ଯାଉଥିବା ବେଳେ ଧରାପଡିଥିଲା ଗ୍ରାମବାସୀଙ୍କ ହାତରେ । ତେବେ ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖିଥିବା ଜଣାପଡିଛି। ଘଟଣାଟି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାର ବୀରମରାଜପୁର ଥାନା ଅନ୍ତର୍ଗତ ଯାଲୋଏ ପଞ୍ଚାୟତର ପତ୍ରାପାଲି ଗାଁରେ ଛୁଆ ଚୋରି ହେଉଥିବା ଘଟଣା ସାମ୍ନାକୁ ଆସିଥିଲା । ଗାଁର ଦେବରାଜ ପାତ୍ରଙ୍କର 3 ବର୍ଷର ପୁଅ ମା' ସହ ବାହାରେ ଶୋଇଥିବା ବେଳେ ଜଣେ ଯୁବକ ଛୁଆଟିକୁ ଉଠାଇ ନେବାକୁ ଉଦ୍ୟମ କରିଥିଲେ। ଛୁଆଟି କାନ୍ଦିବାରୁ ଗାଁ ଲୋକଙ୍କ ହାବୁଡରେ ପଡିଯାଇଥିଲେ ଯୁବକ ଜଣକ। ତେବେ ତାକୁ କାବୁ କରିବା ସହ ଛୁଆଟିକୁ ଉଦ୍ଧାର କରିଥିଲେ ଗାଁ ଲୋକ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଘଟଣାର ସତ୍ୟତା ଜାଣିବା ପରେ ଗାଁର କିଛି ଯୁବକ ତାଙ୍କୁ ମାଡ ମାରିଥିଲେ ଏବଂ ପୋଲିସକୁ ହସ୍ତାନ୍ତର କରିଥିଲେ। ଅଭିଯୁକ୍ତ ଜଣକ ଭେଡେନ ଥାନା ଅନ୍ତର୍ଗତ ଖଇରଝିର୍ଡି ଗାଁର ତରଣୀ ବିଶ୍ବଲ ବୋଲି ଜଣାପଡିଛି। ସେପଟେ ପୋଲିସ ଯୁବକକୁ ଅଟକ ରଖି ପଚରା ଉଚୁରା କରୁଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

gfgffg

Conclusion:
Last Updated : Apr 14, 2019, 3:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.