ETV Bharat / state

ତାରା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମା' ସୁରେଶ୍ବରୀ - ସୋନପୁର ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀ

ସୋନପୁର ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀ । ଆଶ୍ବିନ ଶୁକ୍ଳ ଦ୍ବିତୀୟା ତିଥିରେ ତାରା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ମା'। ରବିବାର ନବରାତ୍ରର ପ୍ରଥମ ଦିନରେ ଦେବୀ ମା' ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Sep 30, 2019, 11:32 PM IST

ସୁବର୍ଣ୍ଣପୁର: ଆସିଯାଇଛି ପାର୍ବଣର ଋତୁ । ଆଉ କେଇଟା ଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ଜଗତଜନନୀ ମା' ଦୁର୍ଗା । ସେ ଦୁଃଖହାରିଣୀ ମା' ଦୁର୍ଗାଙ୍କ ଆଗମନକୁ ଅପେକ୍ଷା କରିଛି ସାରା ସଂସାର । ସେପଟେ କିନ୍ତୁ ପବିତ୍ର ମୂଳାଷ୍ଟମୀ ଠାରୁ ମା'ଙ୍କ ଆରାଧନା ପାଇଁ ପ୍ରସ୍ତୁତ ସମସ୍ତ ଶକ୍ତିପୀଠ । ଉଚ୍ଚସ୍ବରର ବେଦମନ୍ତ୍ର ଉଚ୍ଚାରଣରେ ଚାଲିଛି ମା'ଙ୍କ ଆବାହନ । ପ୍ରତିଦିନ ମା' ଷୋଡଶ ଉପଚାରରେ ପୂଜା ପାଉଥିବାବେଳେ ଆରମ୍ଭ ହୋଇଯାଇଛି ନବରାତ୍ରି ପୂଜା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଏହି କ୍ରମରେ ସୋମବାର ସୋନପୁର ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀ ତାରା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ମହାଳୟା ତିଥିରେ ଦେବୀ ଧବଳମୁଖୀ ବେଶ ଧାରଣ କରିଥିବା ବେଳେ ରବିବାର ଦେବୀ କାଳୀ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଏହାପରେ ମା' ସୁରେଶ୍ବରୀ ତାରା, ଛିନ୍ନମସ୍ତା, କାଳୀ, ଭୈରବୀ, ମହିଷାମର୍ଦ୍ଦିନି, ରାଜରାଜେଶ୍ବରୀ ଆଦି ବେଶରେ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ ।

ବିଶେଷ କରି ଦେବୀଙ୍କ ବେଶ ଦର୍ଶନ କରିବା ପାଇଁ ସନ୍ଧ୍ୟାରେ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି । ମା' ସୁରେଶ୍ବରୀଙ୍କ ସନ୍ଧ୍ୟା ଆରତୀ ଦର୍ଶନ କଲେ ଦେବୀଙ୍କ କୃପା ଲାଭ ହୁଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି । ସେପଟେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୋନପୁର ଗଡଜାତର ଇଷ୍ଟଦେବୀ ମା ସୁରେଶ୍ୱରୀ ଆଜି ଆଶ୍ୱିନ ଶୁକ୍ଳ ଦ୍ଵିତୀୟା ତିଥିରେ ତାରା ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି।ମହାଳୟା ତିଥିରେ ଦେବୀ ଧବଳମୁଖୀ ବେଶ ଧାରଣ କରିଥିବା ବେଳେ ଗତକାଲି ଦେବୀ କାଳୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ ।ଦେବୀ ମହାଳୟାରୁ ଦଶହରା ଯାଏଁ ଦେବୀ ମା ସୁରେଶ୍ୱରୀ ତାରା , ଛିନ୍ନମସ୍ତା , କାଳୀ , ଭୈରବୀ ,ମହିଷମର୍ଦ୍ଧିନି , ରାଜ ରାଜେଶ୍ୱରୀ ଆଦି ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ।ବିଶେଷକରି ଦେବୀଙ୍କ ବେଶ ଦର୍ଶନ କରିବା ପାଇଁ ସନ୍ଧ୍ୟାରେ ହଜାର ହଜାର ଭକ୍ତଙ୍କର ସମାଗମ ହେଉଛି।

Body: ସନ୍ଧ୍ୟା ଆରତୀ ଦର୍ଶନ କରିବା ସହିତ ଦେବୀ କୃପା ଲାଭ କରିବାକୁ ସୁରେଶ୍ୱରୀଙ୍କ ପୀଠରେ ଭକ୍ତଙ୍କର ବେଶ ଭିଡ ଲାଗି ରହୁଛି।ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.