ETV Bharat / state

କାଳୀ ବେଶରେ ଦର୍ଶନ ଦେଲେ ମା' ସୁରେଶ୍ୱରୀ - Maa Sureshwari

ଦେବୀ ମଳ ମାସ ପୂର୍ବରୁ ଅମାବାସ୍ୟା ତିଥିରେ ଧବଳମୁଖୀ ବେଶ ଧାରଣ କରିବା ପରେ ପୁଣି ମାସେ ଅନ୍ତରରେ ଆଜି ଭିନ୍ନ ଏକ ବେଶ ଧାରଣ କରିଛନ୍ତି ମା’ ସୁରେଶ୍ବରୀ । ଅଧିକ ପଢନ୍ତୁ:

କାଳୀ ବେଶରେ ଦର୍ଶନ ଦେଲେ ମା' ସୁରେଶ୍ୱରୀ
କାଳୀ ବେଶରେ ଦର୍ଶନ ଦେଲେ ମା' ସୁରେଶ୍ୱରୀ
author img

By

Published : Oct 17, 2020, 10:00 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ଇଷ୍ଟ ଦେବୀ ମା ସୁରେଶ୍ୱରୀ ଆଜି ଶନିବାର ଆଶ୍ୱିନ ଶୁକ୍ଳ ପ୍ରଦୀପଦ ତିଥିରେ କାଳୀ ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି। ଦେବୀ ମଳ ମାସ ପୂର୍ବରୁ ଅମାବାସ୍ୟା ତିଥିରେ ଧବଳମୁଖୀ ବେଶ ଧାରଣ କରିବା ପରେ ପୁଣି ମାସେ ଅନ୍ତରରେ ଆଜି ଭିନ୍ନ ଏକ ବେଶ ଧାରଣ କରିଥିଲେ ।

କାଳୀ ବେଶରେ ଦର୍ଶନ ଦେଲେ ମା' ସୁରେଶ୍ୱରୀ

ତେବେ ଆସନ୍ତାକାଲି ଦେବୀ ମା ତାରା ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ । କୋଭିଡ 19 ନିୟମ ପାଳନ କରି ସେବାୟତ ମାନେ ଦେବୀ ମା'ଙ୍କ ସେବା ପୂଜା କରୁଥିବା ବେଳେ ସାର୍ବଜନୀନ ଦେବୀ ଦର୍ଶନ ଉପରେ ଦେବୋତ୍ତର ବିଭାଗ କଟକଣା ଜାରି କରିଛି । ତଥାପି କିଛି ଶ୍ରଦ୍ଧାଳୁ ନିଜକୁ ସମ୍ଭାଳି ନ ପାରି ସାନ୍ଧ୍ୟ ଆରତୀ ଦର୍ଶନ କରି ଦେବୀ କୃପା ଲାଭ କରିଛନ୍ତି । ଶ୍ରଦ୍ଧାଳୁ ମାନେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହିତ ମାସ୍କ ପରିଧାନ କରି ଦେବୀ ଦର୍ଶନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.