ETV Bharat / state

ପରିବାରରୁ ସୀକୃତି ନପାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ପାରିବାରିକ ସ୍ବୀକୃତି ନମିଳିବାରୁ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବଲାରଙ୍ଗା ଗାଁରେ ଘଟିଛି  ଏଭଳି ଘଟଣା ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : May 17, 2019, 7:22 PM IST

ସୁବର୍ଣ୍ଣପୁର: ଏକାଠି ବଞ୍ଚିବା ପାଇଁ ବହୁତ ଚେଷ୍ଟା କରିଥିଲେ ପ୍ରେମୀଯୁଗଳ । କିନ୍ତୁ ସ୍ବୀକୃତି ଦେଲେନାହିଁ ପରିବାର ଲେକେ । ପାରିବାରିକ ସ୍ବୀକୃତି ନମିଳିବାରୁ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବଲାରଙ୍ଗା ଗାଁରେ ଘଟିଛି ଏଭଳି ଘଟଣା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନା ମୁତାବକ, ଉକ୍ତ ଗ୍ରାମର ଜଣେ ନାବାଳିକାଙ୍କୁ ନିକଟସ୍ଥ ଗ୍ରାମର ଜଣେ ଯୁବକ ଦୀର୍ଘ ଦିନରୁ ପ୍ରେମ କରୁଥିଲେ । କିନ୍ତୁ ନାବାଳିକାଙ୍କ ପରିବାର ଏହି ପ୍ରେମ ଘଟଣାକୁ ପ୍ରବଳ ବିରୋଧ କରିବା ସହିତ ଝିଅକୁ ତାଗିଦ କରୁଥିଲେ । ନାବାଳିକାଟି ଏନେଇ ତା ପ୍ରେମିକକୁ କହିଥିଲା । ଶେଷରେ କିଛି ଉପାୟ ନପାଇ ଦୁହେଁ ବିଷ ପିଇବାକୁ ନିଷ୍ପତ୍ତି ନେଇଥିଲେ । ଉଭୟ ନାବାଳିକାଙ୍କ ଘର ପଛପଟ ବାଡିରେ ବିଷ ପିଇଥିଲେ ।

ତେବେ ପରିବାର ଲୋକେ ଜାଣି ପାରି ପ୍ରଥମେ ବିନିକା ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଶବ ବ୍ୟବଛେଦ କରିବା ପରେ ଉଭୟ ପରିବାର ବର୍ଗଙ୍କୁ ମୃତ ଦେହ ହସ୍ତାନ୍ତର କରିଛି । ସେପଟେ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣା ପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସା ପଣ୍ଡା, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.