ETV Bharat / state

ପାତାଳୀ ଶ୍ରୀକ୍ଷେତ୍ରରେ ପଦ୍ମମୁଖ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୋନପୁର ଗଡଜାତର ଶ୍ରୀ ବଡ଼ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ବେନି ଭାଇ ପଦ୍ମମୁଖ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 8, 2022, 1:00 PM IST

Lord Jagannath and Balabhadra's padma mukha besha in subarnapur
ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ପଦ୍ମମୁଖ ବେଶ

ସୁବର୍ଣ୍ଣପୁର: ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୋନପୁର ଗଡଜାତର ଶ୍ରୀ ବଡ଼ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ବେନି ଭାଇ ପଦ୍ମମୁଖ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ତେବେ ନୃସିଂହ ଦେବ ମନ୍ଦିରରେ ବେନି ଭାଇ ବେଶ ଧାରଣ କରି ଲୀଳା କରିଛନ୍ତି । ସହରର ଶ୍ରୀ ଗୁଣ୍ଡିଚା ମନ୍ଦିରରେ ବେନି ଭାଇ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ଅବସ୍ଥାନ କାଳରେ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ନୃସିଂହ ଦେବଙ୍କ ସହିତ ଶ୍ରୀ ବିଗ୍ରହମାନଙ୍କ ଦର୍ଶନ କଲେ କୋଟି ଜନ୍ମର ପାପ ଧୋଇ ହୋଇ ପୁଣ୍ୟ ମିଳେ ବୋଲି ଭକ୍ତ ମାନଙ୍କର ବିଶ୍ୱାସ । ତେଣୁ ନୃସିଂହ ମନ୍ଦିରରେ ହଜ଼ାର ହଜ଼ାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି ।

ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ପଦ୍ମମୁଖ ବେଶ

ଶ୍ରୀ ଗୁଣ୍ଡିଚା ମନ୍ଦିର କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ବି ଆୟୋଜନ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ରହିଛି । ଶ୍ରୀ ବିଗ୍ରହଙ୍କ ବେଶ ପାଇଁ ଶ୍ରୀ ଗୁଣ୍ଡିଚା ଯାତ୍ରା କମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.