ETV Bharat / state

ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ: ଲୁଟିନେଲେ ସାଢ଼େ 3 ଲକ୍ଷ - binika police station loot

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ଛକ ନିକଟରେ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ ହୋଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଦୁର୍ବୁତ୍ତଙ୍କ ମରଣାନ୍ତକ ଆକ୍ରମଣ: ଲୁଟିନେଲେ ସାଢ଼େ ତିନି ଲକ୍ଷ ଟଙ୍କା

author img

By

Published : Nov 17, 2021, 8:31 PM IST

ସୁବର୍ଣ୍ଣପୁର: ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ଛକ ନିକଟରେ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ ହୋଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି(ସଙ୍ଗଳବାର) ରାତିରେ ଆସ୍କାରୁ ଏକ ମେକ୍ସ ପିକଅପ ଯୋଗେ ଦୁଇ ଜଣ ବରଗଡ ଯାଉଥିବାବେଳେ ବିନିକା ବିଶାଲପାଲି ଛକ ନିକଟରେ ଛଅଜଣ ଦୁର୍ବୃତ୍ତ ବାଇକ ଯୋଗେ ଆସି ଗାଡିକୁ ଅଟକାଇଥିଲେ । ପିକଅପ ଡ୍ରାଇଭର ଓ ଗାଡି ମାଲିକଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ପାଖରୁ ତିନି ଲକ୍ଷ ପଚାଶ ହଜାର ଟଙ୍କା ଓ ସେମାନଙ୍କ ମୋବାଇଲ ଲୁଟି ନେଇଥିବା ବିନିକା ଥାନାରେ ଅଭିଯୋଗ ହୋଇଛି ।

ଦୁର୍ବୁତ୍ତଙ୍କ ମରଣାନ୍ତକ ଆକ୍ରମଣ: ଲୁଟିନେଲେ ସାଢ଼େ ତିନି ଲକ୍ଷ ଟଙ୍କା

ଏପରିକି ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବାବେଳେ ଡ୍ରାଇଭରଙ୍କ ବେକରେ ଆଘାତ ଲାଗି ହାତରେ ଓ ଗୋଡରେ କ୍ଷତ ହୋଇଛି । ମେକ୍ସ ପିକଅପ ମାଲିକ ବରଗଡର ସୁରେଶ ଠାକୁର ବୋଲି ଜଣାପଡିଥିବାବେଳେ ଡ୍ରାଇଭର ଜୟପାଲ ମହାନନ୍ଦ ବୋଲି ଜଣାପଡିଛି । ଏମାନେ ବିନିକା ଥାନାକୁ ଆସି ଅଭିଯୋଗ କରିବା ପରେ ବିନିକା ପୋଲିସ ଘଟଣା ସ୍ଥଳକୁ ଯାଇ ଅଧିକ ଅନୁସନ୍ଧାନ ଜାରି ରଖିଛି । ପୋଲିସ ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରି ବିଭିନ୍ନ ଜାଗାରେ ଚଢ଼ାଉ କରୁଥିବା ଜଣା ପଡ଼ିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.