ସୁବର୍ଣ୍ଣପୁର: ତରଭା ବ୍ଲକ ଅନ୍ତର୍ଗତ ମରାଡୁଗୋଛା ଗାଁରେ ବେଆଇନ ମଦ କାରବାର ବନ୍ଦ କରିବା ପାଇଁ ଦାବି ହୋଇଛି । ମହିଳା ସ୍ବୟଂ ସହାୟକ ଦଳ ସଭାନେତ୍ରୀ ସେବତୀ ଭୋଇଙ୍କ ନେତୃତ୍ବରେ ସଭ୍ୟ ମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।
ଗତ ପ୍ରାୟ 20 ଦିନ ପୂର୍ବରୁ ମହିଳାଙ୍କ ଦାବିକୁ ଜିଲ୍ଲା ଅବକାରୀ ବିଭାଗ ଶୁଣୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି । ଗାଁରେ ବେଆଇନ ଭାବେ କିଛି ମଦ ବେପାରୀ ଉଭୟ ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଛନ୍ତି । ଫଳରେ ଗାଁରେ ଦିନକୁ ଦିନ ଆସମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଏପରିକି ଚୋରି ବଢୁଥିବା ବେଳେ ଗଣ୍ଡଗୋଳ ହେଉଥିବା ତାଙ୍କ ଦାବିପତ୍ରରେ ଦର୍ଶାଇଛନ୍ତି । ହେଲେ ଜିଲ୍ଲା ପ୍ରଶାସନ ମହିଳାଙ୍କୁ ପ୍ରତିଶୃତି ଦେଇ କୌଣସି କାର୍ଯ୍ୟାନୁଷ୍ଠାନ ଏଯାଏଁ ନେଇ ନାହିଁ ।
ମହିଳାମାନେ ତାଙ୍କ ଦାବି ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ଅପରପକ୍ଷରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳାଙ୍କୁ ପ୍ରତିଶୃତି ଦେଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ