ETV Bharat / state

ସପ୍ତପୁରୀ ଅମାବାସ୍ୟା: ଲଙ୍କାପୋଡି ଉତ୍ସବରେ ଉତ୍ସବମୁଖର ସୁବର୍ଣ୍ଣପୁର ସହର - ସୁବର୍ଣ୍ଣପୁର

ସପ୍ତପୁରୀ ଅମାବାସ୍ୟାର ଘୋର ଅନ୍ଧକାରରେ ଛୋଟ ଛୋଟ ବାଳକ ମାନେ ହନୁମାନଙ୍କ ଲାଙ୍ଗୁଡରେ ନିଆଁ ଲଗାଇ ଲଙ୍କାପୋଡି ପର୍ବ ପାଳନ କରିଛନ୍ତି । ଅମାବାସ୍ୟାର ଅନ୍ଧକାରରେ ଏହି ଲଙ୍କାପୋଡି ପର୍ବ ଯେତିକି ଉପଭୋଗ୍ୟ ସେତିକି ଆକର୍ଷଣୀୟ ।

ଫଟୋ ସୌଜନ୍ୟ :ପ୍ରତିନିିଧି, ସୁବର୍ଣ୍ଣପୁର
author img

By

Published : Aug 31, 2019, 10:10 PM IST

ସୁବର୍ଣ୍ଣପୁର: ଐତିହାସିକ ସୁବର୍ଣ୍ଣପୁର ସହରରେ ଆଜି ପାଳିତ ହୋଇଛି ଲଙ୍କାପୋଡି ପର୍ବ । ସପ୍ତପୁରୀ ଅମାବାସ୍ୟାର ଘୋର ଅନ୍ଧକାରରେ ଛୋଟ ଛୋଟ ବାଳକମାନେ ହନୁମାନଙ୍କ ଲାଙ୍ଗୁଡରେ ନିଆଁ ଲଗାଇ ସହର ପରିକ୍ରମା କରିଥିଲେ । ହନୁମାନଙ୍କ ଲଙ୍କାପୋଡି ସ୍ମୃତିକୁ ମନେ ପକାଇ ସହରବାସୀ ଏହି ପର୍ବ ପାଳନ କରିଥାନ୍ତି ।

ଭିଡିଓ ସୌଜନ୍ୟ :ପ୍ରତିନିିଧି, ସୁବର୍ଣ୍ଣପୁର

ପିଲାମାନେ ପ୍ରଥମେ ହନୁମାନକୁ ଫୁଲ, ଚନ୍ଦନ, ସିନ୍ଦୁର ଲଗାଇ ପୂଜା କରିବା ପରେ ରାଜରାସ୍ତାରେ ତାଙ୍କୁ ଟାଣିଥିଲେ । ଏହାପରେ ଅଭିଭାବକ ମାନେ ହନୁମାନଙ୍କ ଲାଙ୍ଗୁଡରେ ନିଆଁ ଲଗାଇଥିଲେ । ସେହି ନିଆଁରେ କିରୋସିନି ଢାଳି ସହର ପରିକ୍ରମା କରିଥିଲେ । ଏହି ଲଙ୍କାପୋଡି ଉତ୍ସବକୁ ନେଇ ପିଲାମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା । ଭାଦ୍ରବ ମାସର ଏହି ଅମାବାସ୍ୟା ତିଥିରେ କାହିଁ କେଉଁ କାଳରୁ ଏଠାରେ ଏହି ଲଙ୍କାପୋଡି ଉତ୍ସବ ପାଳିତ ହୋଇଆସୁଛି ।

ଅମାବାସ୍ୟାର ଅନ୍ଧକାରରେ ଲଙ୍କାପୋଡି ପର୍ବ ଯେତିକି ଉପଭୋଗ୍ୟ ସେତିକି ଆକର୍ଷଣୀୟ । ପ୍ରତିବର୍ଷ ଭଳି ଚଳିତ ବର୍ଷ ହାତ ତିଆରି ଟେରାକୋଟାର ହନୁମାନ ତିଆରି ହୋଇଥିଲା । ଆଉ ପିଲାମାନେ ଏହାକୁ ସହର ପରିକ୍ରମା କରିବା ପରେ ହନୁମାନ ପ୍ରତିଯୋଗିତାରେ ଭାଗ ନେଇ ଜୁଡାଖୁମ୍ବ ପାଖରେ କଚାଡି ଦେଇଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ଐତିହାସିକ ସୁବର୍ଣ୍ଣପୁର ସହରରେ ପାଳିତ ହୋଇଛି ଲଂକାପୋଡି ପର୍ବ ।ସପ୍ତପୁରୀ ଅମାବାସ୍ୟାର ଘୋର ଅନ୍ଧକାର ଭିତରେ ଛୋଟ ଛୋଟ ପୁଅ ପିଲାମାନେ ହନୁମାନର ଲାଂଗୁଡରେ ନିଆଁ ଲଗାଇ ସହର ପରିକ୍ରମା କରି ଏହି ଉତ୍ସବ ପାଳନ କରିଛନ୍ତି ।ହନୁମାନର ଲଙ୍କାପୋଡି ସୃତିକୁ ମନେ ପକାଇ ସାରା ସହରର ପିଲାମାନେ ହନୁମାନ ସହିତ ବାହାରିଥିଲେ ରାଜରାସ୍ତାକୁ ।କାହିଁ କେତେ ଦିନରୁ ପାଳିତ ହେଉଥିବା ଏହି ପର୍ବରେ ଅଭିଭାବକ ଓ ପୁଅ ପିଲାମାନେ ନିଜକୁ ସାମିଲ କରି ଉତ୍ସାହିତ ମନେ କରିଥିଲେ ।
Body:ଭିଓ-1-ସଂଧ୍ୟା ନ ହେଉଣୁ ହନୁମାନର ଲାଂଗୁଡରେ ନିଆଁ ଲାଗିଲା ।ଆଗରୁ କିଣିଥିବା ହନୁମାନକୁ ଫୁଲ ,ଚନ୍ଦନ ,ସିନ୍ଦୁର ମଖାଇ ପୂଜା କରିବା ପରେ ରାଜ ରାସ୍ତାରେ ଟାଣିଥିଲେ ।ଅଭିଭାବକମାନେ ହନୁମାନର ଲାଂଗୁଡରେ ଲାଗିଥିବା ନିଆଁରେ କିରୋସିନି ଢାଳି ସହର ସାରା ପରିକ୍ରମା କରିଥିଲେ ।ଐତିହାସିକ ସୁବର୍ଣ୍ଣପୁର ସହରରେ ପାଳିତ ହେଉଥିବା ଏହି ଲଂକାପୋଡି ପର୍ବରେ ଛୋଟ ଛୋଟ ପୁଅ ପିଲାମାନଙ୍କ ଭିତରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଥିଲା ।ଭାଦ୍ରବ ମାସର ଏହି ଅମାବାସ୍ୟାରେ କାହିଁ କେତେ ଦିନରୁ ପାଳିତ ହୋଇ ଆସୁଥିବା ଏହି ପର୍ବ ଏକ ସ୍ବତନ୍ତ୍ର ସ୍ଥାନ ଆଜିଯାଏଁ ରଖି ଆସିଛି ।
ବାଇଟ-1-ଅଂକିତ ଦାସ ,ହନୁମାନ ଉତ୍ସବ ପୋଡି ପ୍ରତିଯୋଗୀ ,ସୁବର୍ଣ୍ଣପୁର ।
ବାଇଟ-2-ଦେବହୂତୀ କର ,ପର୍ଯ୍ୟଟକ ତଥା ଗବେଷକ ,ସୁବର୍ଣ୍ଣପୁର ।
ଭିଓ-2-ଏହି ଲଂକାପୋଡି ପର୍ବ ଯେତିକି ଉପଭୋଗ୍ୟ ସେତିକି ଆକର୍ଷଣୀୟ ।ଅମାବାସ୍ୟାର ଅନ୍ଧକାର ଭିତରେ ଏଥର ପାଳିତ ଏହି ପର୍ବରେ ହନୁମାନ ଲାଂଗୁଡର ନିଆଁ ବେଶ ଚମତ୍କାର ଲାଗୁଥିଲା ।ଏହି ପର୍ବ ପାଳନ କରିବାକୁ ସବୁ ଥର ପରି ଏଥର ବି ହଜାର ହଜାର ସଂଖ୍ୟାରେ ହାତ ତିଆରି ଟେରାକୋଟାର ହନୁମାନ ତିଆରି ହୋଇଥିଲା ।ଯେଉଁ ହନୁମାନକୁ ପିଲାମାନେ ସହର ସାରା ପରିକ୍ରମା କରିବା ପରେ ହନୁମାନ ପ୍ରତିଯୋଗିତାରେ ନିଜକୁ ସାମିଲ କରି କଚାଡି ଦେଇଥିଲେ ଜୁଡାଖୁମ୍ବ ପାଖରେ । ପୌରାଣିକ ମତରେ ହନୁମାନର ଲଂକାପୋଡିକୁ ମନେ ପକାଇ ଏହି ପର୍ବ ପାଳନ କରାଯାଇ ଆସୁଛି ।
ବାଇଟ-3-ଅଭମନ୍ୟୁ କୁଶଲ ,ଆୟୋଜକ ମଣ୍ଡଳୀ ସଭ୍ୟ ,ଲଂକାପୋଡି ମହୋତ୍ସବ ,ସୁବର୍ଣ୍ଣପୁର ।
Conclusion:ଫାଭିଓ-ସୁବର୍ଣ୍ଣପୁରରେ ବିଶ୍ବ ପ୍ରସିଦ୍ଧ ହନୁମାନର ଏହି ଲଂକାପୋଡି ପର୍ବ ବାସ୍ତବରେ ନିଆରା ।ଦେଶ ବିଦେଶରେ ପ୍ରସଂଶିତ ହାତ ତିଆରିର ଏହି ଟେରାକୋଟାର ହନୁମାନର ବହୁଳ ବ୍ୟବହାର ଏହି ପର୍ବକୁ ବେଶ ଆକର୍ଷଣୀୟ କରିପାରିଛି । ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.