ETV Bharat / state

ଦୂଷିତ ପାଣି ଯୋଗୁଁ କିଡନୀ ରୋଗରେ ଆକ୍ରାନ୍ତ ଗ୍ରାମବାସୀ, ଜିଲ୍ଲାରେ ନାହିଁ ଚିକିତ୍ସା ସୁବିଧା - ସୁବର୍ଣ୍ଣପୁର କିଡନୀ ଆକ୍ରାନ୍ତ

ସୁବର୍ଣ୍ଣପୁର ଜିଲ୍ଲା ଘଣ୍ଟୋପାଲି ଗାଁରେ ବ୍ୟାପିଛି କିଡନୀ ରୋଗ । ଦୂଷିତ ପାଣି ବ୍ୟବହାର କରି ଗ୍ରାମବାସୀ ହେଉଛନ୍ତି କିଡନୀ ରୋଗୀ । ଜିଲ୍ଲାରେ ନାହିଁ କୌଣସି ଚିକିତ୍ସା ସୁବିଧା । ଚାରି ବର୍ଷ ଭିତରେ ଛଅ ଜଣମୃତ୍ୟୁ ବରଣ କରିଥିବା ବେଳେ ଏବେ ବି ପ୍ରାୟ ୧୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

kidney affected village of subarnapur
ଦୂଷିତ ପାଣି ବ୍ୟବହାର କରି ଗ୍ରାମବାସୀ ହେଉଛନ୍ତି କିଡନୀ ରୋଗୀ, ଜିଲ୍ଲାରେ ନାହିଁ ଚିକିତ୍ସା ସୁବିଧା
author img

By

Published : Apr 23, 2021, 12:24 PM IST

ସୁବର୍ଣ୍ଣପୁର: କିଡନୀ ରୋଗରେ ଜର୍ଜରୀତ ଗ୍ରାମବାସୀ । ଫ୍ଲୋରାଇଡ ଯୁକ୍ତ ପାଣି ତଥା ଦୂଷିତ ପାଣି ପିଇବା ଯୋଗୁଁ ରୋଗରେ ସମ୍ମୁଖୀନ ହେଉଥିବା ଜଣାପଡିଛି । ସୁବର୍ଣ୍ଣପୁର ଜିଲ୍ଲା ଘଣ୍ଟୋପାଲି ଗାଁରେ ବ୍ୟାପିଛି କିଡନୀ ରୋଗ ।

ଦୂଷିତ ପାଣି ବ୍ୟବହାର କରି ଗ୍ରାମବାସୀ ହେଉଛନ୍ତି କିଡନୀ ରୋଗୀ, ଜିଲ୍ଲାରେ ନାହିଁ ଚିକିତ୍ସା ସୁବିଧା

ଚାରି ବର୍ଷ ଭିତରେ ଛଅ ଜଣମୃତ୍ୟୁ ବରଣ କରିଥିବା ବେଳେ ଏବେ ବି ପ୍ରାୟ ୧୫ ଜଣ ଆକ୍ରାନ୍ତ ହୋଇଛନ୍ତି । ରୋଗ ବ୍ୟାପିବାର କାରଣ ଜଣାନଥିଲେ ବି ଦୂଷିତ ପାଣି ହିଁ ପ୍ରମୁଖ କାରଣ ବୋଲି ଗ୍ରାମବାସୀ ଅନୁମାନ କରୁଛନ୍ତି । ନଳକୂପର ପାଣି ଫ୍ଲୋରାଇଡ ଯୁକ୍ତ ପାଣି ହୋଇ ଥିବାରୁ ଲୋକେ କିଡନୀ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗାଁରେ ୫୦ଟି ପରିବାର ବସବାସ କରୁଥିବା ବେଳେ ଅଧିକାଂଶ ପରିବାରର କେହି ନା କେହି କିଡନୀ ରୋଗରେ ପୀଡିତ ହୋଇଛନ୍ତି । ଗାଁର ଅଧିକାଂଶ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବାରୁ ଏମାନେ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସାରୁ ବଂଚିତ ହେଉଛନ୍ତି । ଗାଁରେ ଆଜି ଯାଏଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇ ନ ଥିବା ବେଳେ ଗାଁରେ ଥିବା ଗୋଟିଏ ନଳକୂପ ହିଁ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି । ଯାହା ଫଳରେ କିଡନୀ ରୋଗରେ ସାରା ଗ୍ରାମବାସୀ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇ ଆସୁଛି । ଏନେଇ ସରକାରୀ ବାବୁମାନଙ୍କୁ ଗୁହାରି କରିଥିଲେ ହେଁ କୌଣସି ସୁଫଳ ମିଳୁ ନାହି ବୋଲି ଗ୍ରାମବାସୀ କହିଛନ୍ତି ।

ଜିଲ୍ଲାରେ କିଡନୀ ରୋଗର ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ରୋଗୀମାନେ ବାହାରକୁ ଯାଇ ନାହିଁ ନ ଥିବା ଅସୁବିଧାର ସାମ୍ନା କରୁଛନ୍ତି । କଟକ, ଭୁବନେଶ୍ବର ଯିବା ପାଇଁ ମୋଟା ଅଂକର ଅର୍ଥ ଦରକାର ପଡୁଥିବା ବେଳେ ଗରୀବ ଲୋକେ ବଡ ମେଡିକାଲରେ ଚିକିତ୍ସା ସୁବିଧା ନେଇ ପାରୁ ନାହାନ୍ତି ।ଫଳରେ ଜୀବନ ତ୍ୟାଗ କରିବା ହିଁ ସାର ହେଉଛି । ତେବେ ସୁବର୍ଣ୍ଣପୁର ଜିଲ୍ଲାରେ ଏକ ଡାଇଲିସିସ ସେଂଟର କରିବାକୁ ରୋଗୀମାନେ ଦାବି କରିଛନ୍ତି । ତା ସହ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର କରିବାକୁ ବି ଦାବି କରିଛନ୍ତି । ଅପରପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଛି ସୁବିଧା ନ ଥିବାରୁ ରୋଗୀମାନଙ୍କୁ ବାହାରକୁ ପଠାଯାଉଥିବା ବେଳେ ଆବଶ୍ୟକତା ଅନୁଯାୟୀ ରୋଗୀଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.