ETV Bharat / state

ବିହନ ଅଭାବରୁ ଖରିଫ ଚାଷ ପ୍ରଭାବିତ, ଜିଲ୍ଲା କୃଷି ବିଭାଗ ଧାନ ବିହନ ଯୋଗାଇ ଦେବାକୁ ଦାବି

author img

By

Published : May 10, 2023, 8:17 PM IST

ବିହନ ଅଭାବରେ ଚାଷୀ ଧାନ ବୁଣି ପାରୁ ନଥିବା ଅଭିଯୋଗ । ଜିଲ୍ଲା କୃଷି ବିଭାଗ ତୁରନ୍ତ ଧାନ ବିହନ ଯୋଗାଇ ଦେବାକୁ ଦାବି । ଅଧିକ ପଢନ୍ତୁ

ବିହନ ଅଭାବରେ ଚାଷୀ ଧାନ ବୁଣି ପାରୁ ନଥିବା ଅଭିଯୋଗ

ସୁବର୍ଣ୍ଣପୁର: କଥାରେ ଅଛି ଖେତ ତରତର ବଣିଜ ମଠ । ଚଳିତ ବର୍ଷ ଖରିଫ ଋତୁ ଫସଲ ପାଇଁ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି । ଅକ୍ଷୟ ତୃତୀୟାରେ ଚାଷୀ ଦେବୀ ମା ଲକ୍ଷ୍ମୀ ଓ ମାଟି ମାଙ୍କୁ ସ୍ମରଣ କରି ଚାଷ ଜମିରେ ହଳକରି ଫସଲ ଆରମ୍ଭ କରିଛି । ହେଲେ ଏଯାଏଁ ସରକାରୀ ଭାବେ ଚାଷୀକୁ ଧାନ ବିହନ ଉପଲବ୍ଧ କରାଯାଇ ପାରି ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି ।

ଜିଲ୍ଲାରେ ଖଡି ବୁଣା ପାଇଁ ବିହନର ଘୋର ଅଭାବ ଦେଖା ଦେଇଛି । ଗତ ସପ୍ତାହରେ ତିନି ଚାରି ଦିନ ପର୍ଯ୍ୟନ୍ତ ଅଦିନିଆ ବର୍ଷାରେ ପରେ ପୁଣି ଚାଷ ଜମିକୁ ସଜାଡି଼ଛି ଚାଷୀ । ଏହି ବେଳାରେ ଚାଷୀକୁ ବିହନ ଧାନ ଯୋଗାଇ ଦେଲେ ପୁଣି ଅଦିନିଆ ବର୍ଷାରେ ଖଡ଼ି ବୁଣା ଧାନ ଗଜା ହୋଇପାରିବ । ଯାହା ଫଳରେ ଜଳ ସେଚନ କରିବାକୁ ପଡିବନି । ଅମଳ କାର୍ଯ୍ୟ ଭଲ ହେବ । ହେଲେ ବିହନ ଅଭାବରେ ଚାଷୀ ଧାନ ବୁଣି ପାରୁ ନଥିବା ଅଭିଯୋଗ ହେଉଛି । ବିଶେଷକରି ଅଣଜଳସେଚିତ ତଥା ଚୀର ମରୁଡିଗ୍ରସ୍ତ ଉଲୁଣ୍ଡା, ବୀରମହାରାଜପୁର, ସଦର ସୋନପୁର ଓ ତରଭା ବ୍ଳକର ଚାଷୀମାନେ ବିହନ ଅଭାବରୁ ଚାଷ କାର୍ଯ୍ୟ କରି ପାରୁ ନାହାନ୍ତି । ଆଜକୁ ପ୍ରାୟ 15 ଦିନ ହେବ ଚାଷୀ ବିହନ ଅଭାବରୁ କେବଳ ଜମି ଚିରା ଦୋହରା କରି ବସି ରହିଛି । ଏହି ବେଳାରେ ଜିଲ୍ଲାର କୃଷି ସମବାୟ ସମିତି ତଥା ବାହାର ବଜାର କାଉଣ୍ଟର ଖୋଲି ବିହନ ଯୋଗାଇ ଦେବାକୁ ଦାବି ହେଉଛି ।

ଜିଲ୍ଲା କୃଷକ ସଂଗଠନ ସଂଯୋଜକ ବୈକୁଣ୍ଠ ଶତପଥୀ କହିଛନ୍ତି, "ସାର୍ଟିଫାଏଡ ଓ ଫାଉଣ୍ଡେସନ ବିହନ ଅପେକ୍ଷାରେ ରହିଛି ଚାଷୀ । କିଛି ଚାଷୀ ନିଜ ଜମିରୁ ଉତ୍ପାଦିତ ବିହନକୁ ବୁଣାବୁଣି କରିଛନ୍ତି । ସେହିପରି ତଳିପକା ଚାଷଜମିଗୁଡିକ ପାଇଁ ଚାଷୀମାନେ ନିଜନିଜ ଜଳଉତ୍ସରୁ ପାଣି ମଡାଇ ପହ୍ଲା ପକାଇଛନ୍ତି । ଚାଷୀ ପ୍ରତିବର୍ଷ ପରି ଏଥର ବି ଆଶା କରିଛି ଜଗନ୍ନାଥଙ୍କ ବାହୁଡା ଯାତ୍ରା ସମୟରେ ଚାଷର ବିହୁଡା କାର୍ଯ୍ୟ ସାରିବ । ନୂଆଁଖାଇ ବେଳକୁ ଯେମିତି ସଅଳ କିସମର ଧାନ ହୋଇ ସାରିଥିବ । ବିଶେଷକରି ଅଧିକ ଅମଳକ୍ଷମ ଦୀର୍ଘ ମିଆଦି ହାଇବ୍ରିଡ୍‌ ଶ୍ରେଣୀର ସ୍ବର୍ଣ୍ଣ ଜାତୀୟ ଧାନ ବିହନ ଏବେ ବଜାରରେ ଉପଲବ୍ଧ ଅଛି । ହେଲେ ବେର୍ଣ୍ଣା ଓ ମାଳ କିସମ ଜମି ପାଇଁ ଆବଶ୍ୟକ ସଅଳ ଅମଳକ୍ଷମ ଧାନ ବିହନର ଘୋର ଅଭାବ ଦେଖା ଦେଇଛି । ଜିଲ୍ଲା କୃଷି ବିଭାଗ ତୁରନ୍ତ ଧାନ ବିହନ ଯୋଗାଇ ଦେବାକୁ ଦାବି କରାଯାଉଛି ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.