ETV Bharat / state

କଟକଣାରେ ନୌବାଣିଜ୍ୟ ପରମ୍ପରା ରକ୍ଷା, ତ୍ରିବେଣୀ ସଙ୍ଗମରେ ଭାସିଲା ଡଙ୍ଗା - kartika purnima

କୋଭିଡ କଟକଣା ଭିତରେ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରରେ ବ୍ରତଧାରୀ ମାନେ କାର୍ତ୍ତିକ ପୂର୍ଣ୍ଣମୀରେ ନିଜର ବ୍ରତ ସମାପନ କରିଛନ୍ତି। ଏହାସହ ପ୍ରତ୍ୟୁଷରେ ତେଲନଦୀ,ମହାନଦୀ ଓ କର୍ପୁର ନଦୀର ତ୍ରୀବେଣୀ ସଂଗମରେ ଡଙ୍ଗା ଭସାଇଛନ୍ତି। ଅଧିକ ପଢନ୍ତୁ...

କଟକଣାରେ ନୌବାଣିଜ୍ୟ ପରମ୍ପରା ରକ୍ଷା, ତ୍ରୀବେଣୀ ସଙ୍ଗମରେ ଭାସିଲା ଡଙ୍ଗା

author img

By

Published : Nov 30, 2020, 12:41 PM IST

ସୁବର୍ଣ୍ଣପୁର: ଆଜି କାର୍ତ୍ତିକ ପୂର୍ଣ୍ଣିମା । ହେଲେ କୋରୋନା କଟକଣା ଯୋଗୁଁ ଏଥର ବୋଇତ ବନ୍ଧାଣକୁ ବାରଣ କରିଛି ପ୍ରଶାସନ। କୌଣସି ଜଳାଶୟ, ପୁଷ୍କରିଣୀ ଅବା ନଦୀରେ ଡଙ୍ଗା ଭସାଣ ମନା। ହେଲେ କୋଭିଡ କଟକଣା ଭିତରେ ମନ୍ଦିର ମାଳିନୀ ସହର ସୁବର୍ଣ୍ଣପୁରରେ ବ୍ରତଧାରୀ ମାନେ ତ୍ରିବେଣୀ ସଙ୍ଗମରେ ଡଙ୍ଗା ଭସାଇଛନ୍ତି।

କଟକଣାରେ ନୌବାଣିଜ୍ୟ ପରମ୍ପରା ରକ୍ଷା, ତ୍ରୀବେଣୀ ସଙ୍ଗମରେ ଭାସିଲା ଡଙ୍ଗା

ସହରର ଉପକଣ୍ଠରେ ଥିବା ମହାନଦୀ ତେଲନଦୀ ଓ କର୍ପୁର ନଦୀର ସଙ୍ଗମ ସ୍ଥଳରେ ବ୍ରତଧାରୀମାନେ ସ୍ନାନ କରି କଦଳୀ ପଟୁଆ ଓ ସୋଲ କାଗଜରେ ତିଆରି ଡଙ୍ଗା ଭସାଇଛନ୍ତି । ଅତୀତର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ବ୍ରତଧାରୀମାନେ ଡଙ୍ଗା ଭସାଇବା ସହିତ ଧୂପ ଦୀପ ଓ ନୈବେଦ୍ୟ ଦେଇ ବ୍ରତ ସମାପନ କରିଛନ୍ତି ।

ଓଡିଆ ପର୍ବ ପର୍ବାଣୀର ପରମ୍ପରା ଭାବେ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ମହାନଦୀର ତ୍ରିବେଣୀ ସଙ୍ଗମ ରାମେଶ୍ବର ଘାଟରେ ପ୍ରତ୍ୟୁଷରେ ଶ୍ରଦ୍ଧାଳୁଙ୍କ ଅନ୍ୟ ବର୍ଷ ପରି ଭିଡ ଲାଗି ନଥିଲା । କେବଳ ବିଧି ରକ୍ଷାପାଇଁ ପାହାନ୍ତିଆରେ ଘାଟର କମ ସଂଖ୍ୟାରେ ଲୋକେ ବୁଡ ପକାଇ ବାବା ରାମେଶ୍ବରଙ୍କ ଦର୍ଶନ କରିବା ସହିତ ସଂଗମ ଘାଟରେ ଡଙ୍ଗା ଭସାଇଥିଲେ ।

ଏହି ସମୟରେ ଶ୍ରଦ୍ଧାଳୁମାନେ ପାରମ୍ପରିକ ଗୀତ, ଆ କା ମା ବୈ ପାନ ଗୁଆ ଖଇ ,ପାନ ଗୁଆ ତୋର ମାସକ ଧରମ ମୋର , ବୋଲି ଗୀତ ଗାଇ ବୋଇତ ବନ୍ଦାଣ ନୀତି ସମାପନ କରିଥିଲେ । ଏହି ଦିନରେ ପ୍ରତ୍ୟୁଷରେ ସ୍ନାନ କରି ଦେବ ଦର୍ଶନ କଲେ ସମସ୍ତ ପାପ ଧୋଇ ହୋଇ ପୂଣ୍ୟ ମିଳେ ବୋଲି ଭକ୍ତମାନଙ୍କର ବିଶ୍ବାସ ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.