ETV Bharat / state

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ମାଡ, ଅଭିଯୁକ୍ତଙ୍କ ଗିରଫ ଦାବି

author img

By

Published : Sep 19, 2020, 4:36 PM IST

Updated : Sep 19, 2020, 6:00 PM IST

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସାମ୍ବାଦିକ ସଙ୍ଘ ପକ୍ଷରୁ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାକୁ ତୀଵ୍ର ନିନ୍ଦା କରାଯାଇଛି । ଏହାସହ ଅଭିଯୁକ୍ତମାନଙ୍କ ଗିରଫ ଦାବି ଜୋର ଧରିଛି ।

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ମାଡ, ଅଭିଯୁକ୍ତମାନଙ୍କ ଗିରଫ ଦାବି

ସୁବର୍ଣ୍ଣପୁର: ଜିଲ୍ଲା ବିନିକା ସାମ୍ବାଦିକ ସଙ୍ଘ ପକ୍ଷରୁ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାକୁ ତୀଵ୍ର ନିନ୍ଦା କରାଯାଇଛି। ବଲାଙ୍ଗୀର ଜିଲ୍ଲାର ସାମ୍ବାଦିକ ଅନ୍ତିମ ପାଣିଗ୍ରାହୀଙ୍କୁ ତୁରେକେଲା ବ୍ଲକ ଝରଣୀ ପଞ୍ଚାୟତର ମହିଳା ସରପଞ୍ଚ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଗତ 16 ତାରିଖରେ ଖବର ସଂଗ୍ରହ କରୁଥିବା ବେଳେ ସରପଞ୍ଚ, ତାଙ୍କ ସ୍ୱାମୀ ଓ ସମର୍ଥକ ମାନେ ଗାଳି ଗୁଳଜ କରିବା ସହିତ ଆକ୍ରମଣ କରିଥିବା ଅନ୍ତିମ ଅଭିଯୋଗ କରିଛନ୍ତି ।

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ମାଡ, ଅଭିଯୁକ୍ତଙ୍କ ଗିରଫ ଦାବି

ଆଜି ବିନିକା ସାମ୍ବାଦିକ ସଂଘ ପକ୍ଷରୁ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ପୋଲିସ ବିଭାଗ ପକ୍ଷରୁ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହିତ ଖବର ସଂଗ୍ରହ କରିବା ବେଳେ ସହଯୋଗ କରିବା ପାଇଁ ଦାବି କରିଛନ୍ତି ।

ଝରଣୀ ପଞ୍ଚାୟତର ଅଭିଯୁକ୍ତମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Sep 19, 2020, 6:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.