ସୁବର୍ଣ୍ଣପୁର: କୋରୋନା ଏବେ ବିଶ୍ବବ୍ୟାପୀ ଚିନ୍ତାର ବିଷୟ ପାଲିଟିଛି । ଏଥିପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସମସ୍ତେ ତତ୍ପର । ଓଡ଼ିଶାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଏବେ ମୁଣ୍ଡବ୍ୟଥାର କାରଣ ପାଲିଟିଛି । ତେବେ ଏନେଇ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକଡାଉନ କରାଯାଇଛି । ଏହି ଭୟଙ୍କର କୋରନା ସଂକ୍ରମଣକୁ ରୋକିବା ପାଇଁ ଗାଁ ଗହଳିରୁ ଆରମ୍ଭ କରି ସହର ଯାଏଁ ଅଚିହ୍ନା ଅଜଣା ଲୋକଙ୍କ ପାଖରୁ ଦୂରେଇ ରହୁଛନ୍ତି ।
ଏହିପରି ସହରର ଝୁପୁଡି ପଡ଼ାର ଯୁବକମାନେ ବିଦ୍ୟୁତ ଖୁଣ୍ଟ ପକେଇ ପ୍ରବେଶ ରାସ୍ତାକୁ ସିଲ କରି ଦେଇଛନ୍ତି । ପ୍ରବେଶ ରାସ୍ତାରେ ଅନେକ ସଚେତନ କର୍ମୀ ବାର୍ତ୍ତା ଦେବା ସହିତ ଘରେ ରହିବାକୁ ପଡାର ଯୁବକ ମାନେ ପରାମର୍ଶ ଦେଉଛନ୍ତି ଏବଂ କୌଣସି ଅଜଣା ବ୍ୟକ୍ତିକୁ ପଡା ଭିତରକୁ ଛଡ଼ା ଯାଉ ନାହିଁ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ