ETV Bharat / state

ମା' ସୁରେଶ୍ୱରୀଙ୍କ ମନ୍ଦିରରୁ ଅଳଙ୍କାର ଚୋରି, ପୋଲିସର ଛାନଭିନ

author img

By

Published : Nov 30, 2021, 3:10 PM IST

ସୋନପୁର ଇଷ୍ଟ ଦେବୀ ମା' ସୁରେଶ୍ବରୀଙ୍କ ମନ୍ଦିର (Maa Sureshwari Temple)ରୁ ରୂପା ମୁକୁଟ ଓ ବଡ ଛତ୍ର ଚୋରି ହୋଇଥିବା ଅଭିଯୋଗ । ପୋଲିସର ଛାନଭିନ । ଅଧିକ ପଢନ୍ତୁ

ମା' ସୁରେଶ୍ୱରୀଙ୍କ ମନ୍ଦିରରୁ ଅଳଙ୍କାର ଚୋରୀ
ମା' ସୁରେଶ୍ୱରୀଙ୍କ ମନ୍ଦିରରୁ ଅଳଙ୍କାର ଚୋରୀ

ସୁବର୍ଣ୍ଣପୁର: ଜିଲ୍ଲା ଗଡଜାତର ଇଷ୍ଟ ଦେବୀ ମା' ସୁରେଶ୍ବରୀଙ୍କ ମନ୍ଦିର (Maa Sureshwari Temple)ରୁ ଚୋରି । 20 ଭରି ଓଜନର ରୂପା ମୁକୁଟ ଓ ଦୁଇ ଗୋଟି ରୂପାର ବଡ ଛତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି(ସୋମବାର) ରାତିରେ ମନ୍ଦିରରୁ ଚୋରି ହୋଇଥିବାବେଳେ ଆଜି(ମଙ୍ଗଳବାର) ସକାଳୁ ଦେବୀ ମାଙ୍କ ପାଳିଆ ସେବାୟତ ବିରଞ୍ଚି ଥନାପତି ମନ୍ଦିର ପହଞ୍ଚି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ସେବାୟତଙ୍କୁ ଖବର ଦେଇ ଗମ୍ଭୀରାରେ ପ୍ରବେଶ କଲାପରେ ମାଙ୍କ ରୂପା ମୁକୁଟ ଓ ଦୁଇ ଗୋଟି ରୂପାର ବଡ ଛତ୍ର ଚୋରି ହୋଇଥିବା ଦେଖି ସଦର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ମା' ସୁରେଶ୍ୱରୀଙ୍କ ମନ୍ଦିରରୁ ଅଳଙ୍କାର ଚୋରୀ, ପୋଲିସର ଛାନଭିନ

ଏହା ପରେ ଆଜି ପୋଲିସ ଓ ଉପ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିଦର୍ଶନ ତଦନ୍ତ ଜାରି ରଖିଛନ୍ତି । ଦେବୀ ମା' ସୁରେଶ୍ବରୀଙ୍କ ମନ୍ଦିରରୁ ଚୋରି ଘଟଣା ଗଡଜାତର ଧର୍ମପରାୟଣ ବ୍ୟକ୍ତିମାନଙ୍କ ସମେତ ଶ୍ରଦ୍ଧାଳୁଙ୍କ ଭାବନାରେ ଆଘାତ ଲାଗିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.