ETV Bharat / state

ଗାଁଠୁ ସହର ସବୁଠି ଭକ୍ତିମୟ ପରିବେଶ, ଧରାପୃଷ୍ଠରେ ଜନ୍ମ ନେଲେ ଶ୍ରୀକୃଷ୍ଣ

ନଗର ହେଉ କି ସହର ସବୁଠି ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବେଶ ଆଡମ୍ବରରେ ପାଳିତ । ଧୂପ, ଦୀପ ନୈବେଦ୍ୟ ମନ୍ତ୍ରଉଚାରଣରେ ପୂରି ଉଠିଛି ପରିବେଶ । ଅଧିକ ପଢନ୍ତୁ

କୃଷ୍ଣମୟ ହୋଇଛି ସାରା ପରିବେଶ
କୃଷ୍ଣମୟ ହୋଇଛି ସାରା ପରିବେଶ
author img

By ETV Bharat Odisha Team

Published : Sep 6, 2023, 4:04 PM IST

କୃଷ୍ଣମୟ ହୋଇଛି ସାରା ପରିବେଶ

ସୁବର୍ଣ୍ଣପୁର: କୃଷ୍ଣମୟ ହୋଇଛି ସାରା ପରିବେଶ । ଜିଲ୍ଲାରେ ଗାଁରୁ ସହର ଯାଏଁ ଆନନ୍ଦ ଉଲ୍ଲାସର ସହିତ ଜନ୍ମାଷ୍ଟମୀ ମହୋତ୍ସବ ପାଳନ କରାଯାଉଛି । ପୁର ପଲ୍ଲୀରୁ ଆରମ୍ଭ କରି ସହରର ଅଷ୍ଟବିଷ୍ଣୁଙ୍କ ମନ୍ଦିର ଯାଏଁ ସବୁଠାରେ ହରିବଂଶ ପୁରାଣର ସହ ଶ୍ରୀକୃଷ୍ଣ ଜନ୍ମ ଅଧ୍ୟାୟ ପାଠ କରାଯାଉଛି । ମହିଳାମାନେ ବାଳଗୋପାଳଙ୍କୁ ପଞ୍ଚାମୃତ ଓ ଗଙ୍ଗାଜଳରେ ସ୍ନାନ କରାଇ ଧୂପ ,ଦୀପ , ନୈବେଦ୍ୟ ପ୍ରଦାନ କରିବା ସହିତ ପାରମ୍ପରିକ ରୀତିନୀତିରେ ପୂଜା ଅର୍ଚ୍ଚନା କରିଛନ୍ତି ।

ଜିଲ୍ଲାର ସବୁ ବିଷ୍ଣୁ ମନ୍ଦିର ଗୁଡିକରେ ପୁରାଣ ପାଠ, ସଂକୀର୍ତ୍ତନ ଆଦିର ଆୟୋଜନ କରାଯାଇଛି । ପାହାନ୍ତିଆରୁ ଶ୍ରଦ୍ଧାଳୁମାନେ ବିଷ୍ଣୁ ମନ୍ଦିର ଗୁଡିକରେ ସକାଳ ଆରତୀ ଦର୍ଶନ କରିବା ସହିତ ବିଭୂକୃପା ଲାଭ କରିବାର ସୁଯୋଗ ନେଇଛନ୍ତି । ସହରର ଅଷ୍ଟବିଷ୍ଣୁଙ୍କ ମନ୍ଦିର ଗୁଡିକରେ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ଗୁଡିକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ବ୍ଯବସ୍ଥା କରାଯାଇଛି ।

ଏହା ବି ପଢନ୍ତୁ..ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର: ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ

ଆଜି ରାତ୍ରୀର ଦ୍ବୀତିୟ ପ୍ରହରରେ ଶ୍ରୀକୃଷ୍ଣ ଜନ୍ମ ପାଳନ କରିବା ପାଇଁ ସଭିଏଁ ବେଶ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି । ତେବେ ଆଜି ଛୋଟ ଛୋଟ ପୁଅଝିଅମାନେ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ବେଶ ଧାରଣ କରି ବିଭିନ୍ନ ଅନୁଷ୍ଠାନରେ ପ୍ରତିଯୋଗୀତାରେ ଭାଗ ନେଇଥିବା ଦେଖିବାକୁ ମିଳିଛି । ସାରା ଜିଲ୍ଲାରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଆଜି ମଧ୍ୟରାତ୍ରରେ ଶ୍ରୀକୃଷ୍ଣ ଜନ୍ମ ପାଳନ ପରେ ଆସନ୍ତାକାଲି ନନ୍ଦୋତ୍ସବ ପାଳନ କରାଯିବ । ଶୈବ ,ଶାକ୍ତ, ବୈଷ୍ଣବ, ନାଥ ଓ ମହିମା ଆଦିର ଧର୍ମ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ..ଜନ୍ମାଷ୍ଟମୀରେ ଉତ୍ସବମୁଖର ଇସ୍କନ ମନ୍ଦିର, ଚାଲିଛି ରାଧାକୃଷ୍ଣଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଅନେକ ଅନୁଷ୍ଠାନ ଓ ମନ୍ଦିର ଗୁଡିକ ପକ୍ଷରୁ ଶ୍ରୀକୃଷ୍ଣଙ୍କ ଗୋପ ଗମନର ନାଟ୍ୟାଭିନୟ ପାଇଁ ବି ଆୟୋଜନ କରାଯାଇଛି । ଏହି ନାଟ୍ୟାଭିନୟ ପାଇଁ ବିଭିନ୍ନ ଅନୁଷ୍ଠାନ ଗୁଡିକ ପକ୍ଷରୁ ବ୍ୟାପକ ପ୍ରଚାର ପ୍ରସାର କରାଯିବା ସହ କଳାକାରମାନେ ବି ଏକ ଆଧ୍ୟାତ୍ମିକ ବାତାବରଣ ଭିତରେ ନିଜ କଳାର ପ୍ରଦର୍ଶନ କରିବା ପାଇଁ ବେଶ ଉତ୍ସାହିତ ଅଛନ୍ତି । ବୈଷ୍ଣବୀୟ ସାଧୁ ସନ୍ୟାସୀମାନେ ଆଜି ଉତ୍ସାହର ସହିତ ଶ୍ରୀକୃଷ୍ଣ ଜନ୍ମ ମହୋତ୍ସବ ପାଇଁ ନିଜ ନିଜ ଆଧ୍ୟାତ୍ମିକ ଅନୁଷ୍ଠାନ ଓ ମନ୍ଦିର ଗୁଡିକରେ ବ୍ୟାପକ ଆୟୋଜନ କରିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.