ETV Bharat / state

ସୁବର୍ଣ୍ଣପୁରରେ ଜନଜାଗୃତି ରଥ, ଆସନ୍ତା 5ରେ ପହଞ୍ଚିବ ଦିଲ୍ଲୀ

ଦେଶରେ ଜୋର ଧରିଲାଣି ଶିକ୍ଷକ ଆନ୍ଦୋଳନ । ପ୍ରାଥମିକ ଶିକ୍ଷକ ସଂଘର ବିଭିନ୍ନ ଦାବି ପ୍ରତି ଶିକ୍ଷକ,ଅଭିଭାବକ ଓ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ, ଏହି ଜନଜାଗୃତି ରଥ ସୁବର୍ଣ୍ଣପୁର ଠାରେ ପହଞ୍ଚିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 21, 2023, 4:10 PM IST

ସୁବର୍ଣ୍ଣପୁରରେ ଜନ ଜାଗୃତି ରଥକୁ ଭବ୍ୟ ସ୍ବାଗତ

ସୁବର୍ଣ୍ଣପୁରରେ ଜନଜାଗୃତି ରଥକୁ ଭବ୍ୟ ସ୍ବାଗତ

ସୁବର୍ଣ୍ଣପୁର: ଶିକ୍ଷକମାନଙ୍କ ଆନ୍ଦୋଳନ ଦେଶ ବ୍ୟାପି ଆରମ୍ଭ ହେଲାଣି । ଶିକ୍ଷକମାନଙ୍କ କିଛି ନାର୍ଯ୍ୟ ଦାବି ରହିଛି ଯାହାକୁ ନେଇ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ପରିପ୍ରେକ୍ଷୀରେ ସର୍ବଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ଜନଜାଗୃତି ରଥ ସାରାଦେଶ ପରିକ୍ରମାରେ ବାହାରିଛି । ଏହା ଆଜି ସୁବର୍ଣ୍ଣପୁର ଠାରେ ପହଞ୍ଚିଛି ।

କେନ୍ଦ୍ରୀୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଜନଜାଗୃତି ରଥ ସୁବର୍ଣ୍ଣପୁର ସହରରେ ପହଞ୍ଚିଛି । ପ୍ରାଥମିକ ଶିକ୍ଷକ ସଂଘର ବିଭିନ୍ନ ଦାବି ପ୍ରତି ଶିକ୍ଷକ, ଅଭିଭାବକ ଓ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ, ଏହି ଜନ ଜାଗୃତି ରଥ ପରିକ୍ରମା କରୁଛି । ଏହି ଜନଜାଗୃତି ରଥଟି ଝାଡଖଣ୍ଡ, ଛତିଶଗଡ, ବିହାର ଏବଂ ଉତ୍ତର ପ୍ରଦେଶ ହୋଇ ଅକ୍ଟୋବର ୫ରେ ଦିଲ୍ଲୀରେ ପହଞ୍ଚିବ । ଏହା ଆସାମ ଗୌହାଟୀରୁ ବାହାରି ଆସାମ ,ପଶ୍ଚିମବଙ୍ଗ ପରିକ୍ରମା କରି ଓଡିଶାର ସୁବର୍ଣ୍ଣପୁର ଠାରେ ପହଞ୍ଚିଛି । ଆଜି ସୁବର୍ଣ୍ଣପୁର ସହର ପରିକ୍ରମା କରିବା ପରେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଳକ ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରିବ ।

ନୂତନ ପେନସନ ବ୍ୟବସ୍ଥା ଉଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ସର୍ବଭାରତୀୟ ସ୍ତରରେ ଲାଗୁ କରିବା ପାଇଁ ଏହି ଜନଜାଗୃତି ରଥ ପରିକ୍ରମା କରୁଛି । ଶିକ୍ଷକମାନେ ଅଢେଇରୁ ତିନି ଦଶନ୍ଧି କାର୍ଯ୍ୟକରି ଅବସର ପରେ ପ୍ରାୟ ୧୨୦୦ ଟଙ୍କା ପେନସନ ପାଉଛନ୍ତି । ତେବେ ଏହି ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରୁଛନ୍ତି । ସରକାର ଯେ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ ନ କରିବେ ସେ ଯାଏଁ ଆନ୍ଦୋଳନକୁ ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଛି ସଂଘ ।

ବିଧାୟକ ଓ ସାଂସଦ ମାନେ ଥରେ ନିର୍ବାଚିତ ହୋଇ ଶପଥ ଗ୍ରହଣ କଲେ ଆଜୀବନ ପେନସନ ପାଉଛନ୍ତି ବୋଲି ଶିକ୍ଷକମାନେ କଟାକ୍ଷ କରିଛନ୍ତି । ନିର୍ବାଚିତ ସାଂସଦ ଓ ବିଧାୟକମାନେ ଗୃହରେ ନିଜ ପାଇଁ ପେନସନ ଓ ଭତ୍ତା ବୃଦ୍ଧି ବ୍ୟବସ୍ଥା କରୁଥିବା ବେଳେ ମଣିଷ ତିଆରି କାରଖାନାରେ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କ ପେନସନ ପାଇଁ ସରକାର ଧ୍ୟାନ ଦେଉ ନ ଥିବା ଅଭିଯୋଗ କରିଛି ସଂଘ ।

ଏହା ମଧ୍ୟ ପଢନ୍ତୁ...ଶିକ୍ଷକ ଆନ୍ଦୋଳନ ଦୁଇ ଫାଳ ! ଗୋଟିଏ ପଟେ ସ୍ଥଗିତ ନିଷ୍ପତ୍ତି, ଅନ୍ୟପଟେ ଆନ୍ଦୋଳନ ଜାରି

ରାଜ୍ୟ ସରକାର ଶିକ୍ଷାଗତ ଯୋଗ୍ୟତା ଓ ଶିକ୍ଷା ଅନୁଷ୍ଠାନ ଅନୁଯାୟୀ ଶିକ୍ଷକଙ୍କୁ ବିଭିନ୍ନ ବର୍ଗରେ ନିଯୁକ୍ତି ପ୍ରଦାନ କରିଥିଲେ ।ଚାକିରି କାଳ ଆରମ୍ଭରୁ ନିୟମିତ ଶିକ୍ଷକ ମାନ୍ୟତା ଦାବିରେ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିବା ସହିତ ୬ ବର୍ଷ ପାଇଁ ୬ଟି ଇନକ୍ରିମେଣ୍ଟ ଦରମା ଦାବି କରି ଆସୁଛନ୍ତି । ଏବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ,ସମସ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ସେମାନଙ୍କୁ ୬ଗୋଟି ଇନକ୍ରିମେଣ୍ଟ ପ୍ରଦାନ କରିବା, ପୂର୍ବତନ କେଡର ଶିକ୍ଷକ ,କ୍ରୀଡା ଶିକ୍ଷକ ଓ କଳା ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ,ଅବସର କାଳୀନ ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରାଯାଇଛି ।

ତେବେ ଶିକ୍ଷକ ସଂଘର ଏସବୁ ଦାବି ପୂରଣ ପାଇଁ ବିଗତ ଦିନ ଗୁଡିକରେ ଆନ୍ଦୋଳନ କରାଯାଇଥିବା ବେଳେ ଦାବି ପ୍ରତି ସରକାର ସମ୍ବେଦନଶୀଳ ନ ହେଉନଥିବା ଅଭିଯୋଗ କରିଛି ସଂଘ । ଏହି ଜନ ଜାଗୃତି ରଥଟି ଝାଡଖଣ୍ଡ, ଛତିଶଗଡ, ବିହାର ଏବଂ ଉତ୍ତର ପ୍ରଦେଶ ହୋଇ ଅକ୍ଟୋବର ୫ରେ ଦିଲ୍ଲୀରେ ପହଞ୍ଚିବ ।

ଇଟିଭି ଭାରତ, ସୁବର୍ଣ୍ଣପୁର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.