ETV Bharat / state

କୋରନା ପାଇଁ ଶ୍ରଦ୍ଧାଳୁଙ୍କୁ ମନା ପାତାଳୀ ଶ୍ରୀକ୍ଷେତ୍ର

author img

By

Published : Jun 26, 2020, 10:50 PM IST

ପାତାଳୀ ଶ୍ରୀକ୍ଷେତ୍ର ଭାବରେ ପରିଚିତ ସୁବର୍ଣ୍ଣପୁରର ଶ୍ରୀବଡ଼ ଜଗନ୍ନାଥ ଆଜି ବାମନ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ତେବେ କୋରୋନା ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା । ଅଧିକ ପଢନ୍ତୁ...

jagannatha-darsahan-close-devotees-for-covid19
କୋରନା ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା

ସୁବର୍ଣ୍ଣପୁର: ପାତାଳୀ ଶ୍ରୀକ୍ଷେତ୍ର ଭାବରେ ପରିଚିତ ସୁବର୍ଣ୍ଣପୁରର ଶ୍ରୀବଡ଼ ଜଗନ୍ନାଥ ଆଜି ବାମନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ସେହିପରି ଶ୍ରୀବଳଭଦ୍ର ପର୍ଶୁରାମ ବେଶ ଧାରଣ କରିଛନ୍ତି ।

ସୁବର୍ଣ୍ଣପୁର ସହରରେ ପ୍ରଥମ ଥର ପାଇଁ ରଥଯାତ୍ରା ପାଳନ କରାଯାଇ ନ ଥିବା ବେଳେ ନବନିର୍ମିତ ସିଂହାସନରେ ବେନି ଭାଇ ବିଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । କୋରନା ସଂକ୍ରମଣ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେବୋତ୍ତର କମିଟି ପକ୍ଷରୁ ବାରଣ କରାଯାଇଛି । ସନ୍ଧ୍ୟାରେ ତଥାପି କିଛି ଶ୍ରଦ୍ଧାଳୁ ଶ୍ରୀଜଗନ୍ନାଥଙ୍କ ବେଶ ଦର୍ଶନ କରୁଛନ୍ତି । ଶ୍ରଦ୍ଧାଳୁମାନେ ସାମାଜିକ ଦୂରତ୍ବ ରକ୍ଷା କରିବା ସହିତ ମାସ୍କ ପରିଧାନ କରି ମନ୍ଦିରକୁ ଆସୁଥିବା ବେଳେ ସେବାୟତ ମାନେ ବି ମହାମାରୀ କୋରନା ସଂକ୍ରମଣ ପାଇଁ ବେଶ ଯତ୍ନବାନ ଅଛନ୍ତି । ତେବେ ସୁରୁଖୁରୁରେ ବେନିଭାଇଙ୍କ ବେଶ ଚାଲିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.