ETV Bharat / state

ବଳିଯାତ୍ରାରେ ବ୍ୟତିକ୍ରମ, ଯାତ୍ରାରେ ସାମିଲ ହେଲାନି ‘ଚେପଟା ଢୋଲ’ - Irregularities in Baliyatya

ମା’ ସୁରେଶ୍ବରୀଙ୍କ ବାଉତି ଶୋଭାଯାତ୍ରାରେ ସାମିଲ ହେଲେନି ଚେପେରା ଢୋଲ । ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Sep 28, 2019, 10:42 PM IST

ସୁବର୍ଣ୍ଣପୁର: ଜିଲ୍ଲାର ବଳିଯାତ୍ରା ପାଳନରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଥର ବାଉତି ଛତର ଯାତ୍ରାରେ ସାମିଲ ହୋଇନି ଐତିହାସିକ ଚେପଟା ଢୋଲ । ପ୍ରତିବର୍ଷ ମା’ ସୁରେଶ୍ବରୀଙ୍କ ପୀଠରୁ ବାଉତି ଶୋଭାଯାତ୍ରାରେ ଚେପଟା ଢୋଲ ସାମିଲ ହେବାର ପରମ୍ପରା ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ହେଲେ ଚଳିତ ଥର ବଳିଯାତ୍ରାର ପାଟ ଢ଼ୋଲିଆ ପୁରନ୍ଦର ବାରିକଙ୍କ ଦେହାନ୍ତ ହୋଇଛି । ଫଳରେ ବାହାରି ପାରିନଥିଲା ଚେପଟା ଢୋଲ । ଫଳରେ ବିନା ଢୋଲରେ ଛତ୍ର ଶୋଭାଯାତ୍ରା ମା’ ସୁରେଶ୍ବରୀଙ୍କ ଠାରୁ ବାହାରି ମା’ ସମଲେଶ୍ବରୀଙ୍କ ପୀଠରେ ପହଞ୍ଚିଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୋନପୁର ଗଡଜାତର ବଳିଯାତ୍ରା ପରମ୍ପରାରେ ଆଜି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟାରେ ଦେବୀ ମା ସୁରେଶ୍ୱରୀଙ୍କ ପୀଠରୁ ବାଉତି ଛତ୍ର ଶୋଭାଯାତ୍ରାରେ ଐତିହାସିକ ଚେପଟା ଢୋଲ ସାମିଲ ହୋଇ ନ ଥିଲା । ପରମ୍ପରା ଅନୁଯାୟୀ ସୁରେଶ୍ୱରୀଙ୍କ ପିଠିରେ ଚେପଟା ଢୋଲ ପୂଜା ହେବା ପରେ ଛତ୍ର ଶୋଭାଯାତ୍ରାରେ ସାମିଲ ହୋଇଥାଏ।ହେଲେ ବଳିଯାତ୍ରାର ପାଟ ଢ଼ୋଲିଆ ପୁରନ୍ଦର ବାରିକଙ୍କ ଦେହାନ୍ତ ହୋଇ ଥିବାରୁ ଛତ୍ର ଶୋଭାଯାତ୍ରାରେ ଚେପଟା ଢ଼ୋଲ ବାହାର କରାଯାଇ ନ ଥିଲା।ତେବେ ବିନା ଢ଼ୋଲ ପୂଜାରେ ଛତ୍ର ଶୋଭାଯାତ୍ରା ଦେବୀ ମା ସୁରେଶ୍ୱରୀଙ୍କ ପୀଠରୁ ମା ସମଲେଇଙ୍କ ପୀଠକୁ ପହଂଚି ଥିଲା।

Body:ଆଜି ମଧ୍ୟ ରାତ୍ରିରେ ଉଆଁସ ବଳି କାର୍ଯ୍ୟ ବି ଚେପଟା ଢୋଲ ଅନୁପସ୍ଥିତି ଯୋଗୁଁ ଦେବୋତ୍ତର ବିଭାଗ ବାତିଲ କରିଛି।କେବଳ ପାରମ୍ପରିକ ପୂଜାବିଧି କାର୍ଯ୍ୟ କରାଯାଇ ସମଲେଇ ପୀଠ , ଯୁଡା ଖୁମ୍ବ ଓ ବୁଢ଼ାରଜା ପୀଠରେ ବଳିଯାତ୍ରାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଳନ କରାଯିବ।ରାଜ ପୁରୋହିତଙ୍କ ପରାମର୍ଶ କ୍ରମେ ଆଗମୀ ଚତୁର୍ଥୀରୁ ପୂର୍ଣ୍ଣମୀ ଯାଏଁ ପାରମ୍ପରିକ ରୀତିନୀତିରେ ବଳି କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

Conclusion:ତେବେ ଚତୁର୍ଥୀ ତିଥିରେ ସମଲେଇ ପିଠିରେ ନିଶା ବଳି କାର୍ଯ୍ୟ କରାଯିବ ବୋଲି ଜଣା ପଡ଼ିଛି।ଆଜି ବଳି କାର୍ଯ୍ୟରେ ବାଧା ଉପୁଜିଥିବାରୁ ଶ୍ରଦ୍ଧାଳୁମାନଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛିମ
ବାଇଟ 1 ବୈଲୋଚନ ଛତ୍ରିଆ , ସେବାୟତ ।
ବାଇଟ 2 ଶ୍ରୀବତ୍ସ ମଲ୍ଲିକ , ବଳିଯାତ୍ରା କମିଟି ସଭ୍ୟ ,ସୁବର୍ଣ୍ଣପୁର।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.