ETV Bharat / state

ଝୁଲଣ ଯାତ୍ରାରେ ସଂସ୍କୃତି ନାଁରେ ଅପସଂସ୍କୃତି ! ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

author img

By ETV Bharat Odisha Team

Published : Sep 3, 2023, 7:05 AM IST

ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ପ୍ରସିଦ୍ଧ ଝୁଲଣ ଯାତ୍ରାରେ ବେଆଇନ ଜୁଆ ଖେଳ କରାଯାଉଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

illegal gambling game in subarnapur
ଝୁଲଣ ଯାତ୍ରାରେ ବେଆଇନ ଜୁଆ ଖେଳ
ଝୁଲଣ ଯାତ୍ରାରେ ବେଆଇନ ଜୁଆ ଖେଳ

ସୁବର୍ଣ୍ଣପୁର: ସଂସ୍କୃତି ନାଁରେ ଚାଲିଛି ଅପସଂସ୍କୃତିର ଖେଳ । ଆଧ୍ୟାତ୍ମିକ ପରିବେଶକୁ ଆକର୍ଷଣୀୟ କରିବା ପାଇଁ ଯାତ୍ରା କମିଟି ମାନେ ବେଆଇନ ରୋଜଗାର କରିବାକୁ ପଛାଉ ନାହାନ୍ତି । କିଛି ଲୋକଙ୍କ ପାଇଁ ଗାଁର ସଂସ୍କୃତି, ପରମ୍ପରା ନଷ୍ଟ ହେଉଥିବା ବେଳେ ପ୍ରଥା, ସାମାଜିକ ଚଳଣି ଓ ସାଂସ୍କୃତିକ ବିଚାରଧାରରେ ପରିବର୍ତ୍ତନ ହେଉଥିବା ଅଭିଯୋଗ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଲୟା ଗ୍ରାମରେ 117 ବର୍ଷରେ ପଦାର୍ପଣ କରିଛି ଝୁଲଣ ଯାତ୍ରା । ରାଧାକୃଷ୍ଣଙ୍କ ଦର୍ଶନ ପାଇଁ ବ୍ୟାକୁଳ ହଜାର ହଜାର ଶ୍ରଦ୍ଧାଳୁ ଏହି ଝୁଲଣ ଯାତ୍ରାରେ ନିଜକୁ ସାମିଲ କରିଛନ୍ତି । ହେଲେ ସଂସ୍କୃତି ଚିରଞ୍ଜିବୀ କରିବା ନାଁରେ ଏଠାରେ ଚାଲିଛି ଜୁଆ ଖେଳ(ଘୁଡଘୁଡି ପଟି)।

ଏହା ମଧ୍ୟ ପଢ଼ନ୍ତୁ: ନାଇଟ କର୍ଫ୍ୟୁ ସମୟରେ ଜୁଆଖେଳ ପଡିଲା ମହଙ୍ଗ।, 21 ଗିରଫ

ଶତାଧିକ ବର୍ଷ ଧରି ଚାଲିଥିବା ଏହି ମହିମାମୟ ଓ ଅଲୌକିକ ଝୁଲଣ ଯାତ୍ରା ଶ୍ରଦ୍ଧାଳୁ ମାନଙ୍କୁ ବେଶ ଆକର୍ଷିତ କରିଛି । ଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଅନେକ ସଂକୀର୍ତ୍ତନ ମଣ୍ଡଳୀକୁ ସାମିଲ କରାଯାଇଛି । ସେହିପରି ଲୋକଙ୍କ ମନୋରଞ୍ଜନ ତଥା ସୌଖିନ ଓ ବ୍ୟବହାରିକ ଜିନିଷ କିଣାବିକା ପାଇଁ ମିନାବଜାର ଲାଗିଛି । ହେଲେ ଆୟୋଜକ ମଣ୍ଡଳୀ ବାଇନାଚ ଆୟୋଜନ କରିବା ସହିତ ଜୁଆ ଖେଳ କରିବାକୁ ଭୁଲି ନାହାନ୍ତି । ଝୁଲଣ ଯାତ୍ରା ନିକଟରେ ଖେଳପଡିଆରେ ମୀନାବଜାର ଲାଗିଛି । ଆଉ ସେଠାରେ ବେଆଇନ ଭାବେ ଜୁଆ ଖେଳ ଚାଲିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଥାନାର ଅଧିକାରୀ ମାନଙ୍କ ଉପସ୍ଥିତିରେ କିନ୍ତୁ ଜୋରସୋରରେ ଜୁଆ ଖେଳ ଚାଲିଥିବା ସ୍ବେଚ୍ଛାସେବୀ ମାନେ ଅଭିଯୋଗ କରିଛନ୍ତି । ଏହାକୁ ଜିଲ୍ଲାର ସ୍ଥାନୀୟ ପୋଲିସ ସୁରକ୍ଷା ଓ ସହଯୋଗ କରୁଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଲଜରେ ଜୁଆଖେଳ: 58 ଲକ୍ଷ ଟଙ୍କା ଜବତ, ୭ ଜୁଆଡି ଗିରଫ

ଧାର୍ମିକ ସ୍ଥଳରେ ଏପରି ବେଆନ କାର୍ଯ୍ୟକୁ କିଛି ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଏପରି କାର୍ଯ୍ୟକୁ ପୋଲିସ ପ୍ରଶାସନ ପ୍ରୋତ୍ସାହନ ଯୋଗାଇ ଦେଉଥିବା ସମାଜସେବୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବୀରମହାରାଜପୁର ଥାନା ଏସଡିିପିଓ ସୂଚନା ଦେଇ କହିଛନ୍ତି, ଏଭଳି ଘଟଣା ନେଇ କୌଣସି ଅଭିଯୋଗ ଆସିନାହିଁ । ଯଦି ବେଆଇନ ଭାବରେ ଉକ୍ତ ସ୍ଥାନରେ ଏପରି କାର୍ଯ୍ୟ ଚାଲୁଥାଏ, ତେବେ ତାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.