ETV Bharat / state

ସୁବର୍ଣ୍ଣପୁରରେ ଟେଲି ମେଡିସିନ କାର୍ଯ୍ୟକ୍ରମ ଆରମ୍ଭ - subarnapur lockdown

ସୁବର୍ଣ୍ଣପୁରରେ ଟେଲି ମେଡିସିନ କାର୍ଯ୍ୟକ୍ରମ ଆରମ୍ଭ । ଘରେ ଥାଇ ହ୍ବାଟସଏପ ଓ ମୋବାଇଲ କଲ ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 11 ଜଣ ବିଶେଷଜ୍ଞ ଡାକ୍ତରଙ୍କ ପାଖରୁ ପାଇ ପାରିବେ ପରାମର୍ଶ। ସାତୋଟି ଔଷଧ ଦୋକାନକୁ ଔଷଧ ହୋମ ଡେଲିଭରି କରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ । ଅଧିକ ପଢନ୍ତୁ....

Home delivery of medicines begins in Sonepur
ଟେଲି ମେଡିସିନ କାର୍ଯ୍ୟକ୍ରମ ଆରମ୍ଭ
author img

By

Published : Apr 3, 2020, 4:19 PM IST

ସୁବର୍ଣ୍ଣପୁର: କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ କଡାକଡି ଭାବେ ଲକଡାଉନ ପାଳନ କରାଯାଉଛି । ଅତ୍ୟାବଶ୍ୟକ ସାମଗ୍ରୀ ମେଡିସିନ,ରାସନ,କ୍ଷୀର ଓ ପନିପରିବା ଆଦି କିଣାବିକା ପାଇଁ ପୋଲିସ ଅନୁମତି ପ୍ରଦାନ କରିଛି । ହେଲେ ସହରରେ ଏବେ ଟେଲି ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉ ଥିବା ବେଳେ ଟେଲି ମେଡିସିନ କାର୍ଯ୍ୟକ୍ରମ ବି ଆରମ୍ଭ କରାଯାଇଛି ।

ଟେଲି ମେଡିସିନ କାର୍ଯ୍ୟକ୍ରମ ଆରମ୍ଭ

ଘରେ ଥାଇ ହ୍ବାଟସଏପ ଓ ମୋବାଇଲ କଲ ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 11 ଜଣ ବିଶେଷଜ୍ଞ ଡାକ୍ତରଙ୍କ ପାଖରୁ ପରାମର୍ଶ ନିଆଯାଇ ପାରୁଛି । ସେହିପରି ପୌର ପରିଷଦ ଅଧିନରେ ଥିବା ସାତୋଟି ଔଷଧ ଦୋକାନକୁ ଔଷଧ ହୋମ ଡେଲିଭରି କରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସହରର ମଝିପଡା ,ହସ୍ପିଟାଲ କ୍ୟାମ୍ପସ, କଚେରୀ ଛକ ,ବସଷ୍ଟାଣ୍ଡ ଓ ଲିଟିଲ ପ୍ଲାୱାର ରାସ୍ତାରେ ଥିବା ଔଷଧ ଦୋକାନ ଗୁଡିକ ପ୍ରେସକ୍ରିପସନ ଦେଖି ଔଷଧ ହୋମ ଡେଲିଭରି ଦେଉଛନ୍ତି । ଅତି ଆବଶ୍ୟକ ନ ପଡିଲେ ଡାକ୍ତରଖାନାକୁ ନ ଯିବା ପାଇଁ ଜିଲ୍ଲାପାଳ ମନୀଷା ବାନାର୍ଜୀ ପରାମର୍ଶ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.