ETV Bharat / state

ବର୍ଷାରେ ବେହାଲ ସୁବର୍ଣ୍ଣପୁର, ରାସ୍ତାରେ ଉପରେ ଆଣ୍ଠୁଏ ପାଣି

ସୁବର୍ଣ୍ଣପୁର ଜିଲ୍ଲାରେ ଲାଗି ରହିଛି ବର୍ଷା । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଅଧିକ ପଢନ୍ତୁ

heavy rainfall in subarnapur
ବର୍ଷାରେ ବେହାଲ ସୁବର୍ଣ୍ଣପୁର, ରାସ୍ତାରେ ଉପରେ ଆଣ୍ଠୁଏ ପାଣି
author img

By

Published : Jul 18, 2022, 11:10 AM IST

ସୁବର୍ଣ୍ଣପୁର: ଲଗାଣ ବର୍ଷାରେ ବେହାଲ ସୁବର୍ଣ୍ଣପୁର ଜିଲ୍ଲା । ଦୁଇଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ସହରର ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲୁଛି । ଅନେକ ସ୍ଥାନରେ ଘର ଭିତରେ ପାଣି ପସିଛି ।

ବର୍ଷାରେ ବେହାଲ ସୁବର୍ଣ୍ଣପୁର

ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଚାରିଆଡେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ପୌର ପରିଷଦର ଅବହେଳା ଓ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ଅସରାଏ ବର୍ଷାରେ ସହରର ବିଭିନ୍ନ ଅଞ୍ଚଳରେ ବର୍ଷାପାଣି ଜମା ହେଉଥିବା ଦେଖିବାକୁ ମିଳିଛି । ଜଳ ନିଷ୍କାସନ ହୋଇ ପାରୁ ନ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତି ପାଇଁ ରାଜସ୍ବ ବିଭାଗକୁ ଲୋକେ ଦାୟୀ କରିଛନ୍ତି । ନାଳଗୁଡିକ ଜବରଦଖଲ କରି ଲୋକେ ଘର ଓ ଦୋକାନ ବଜାର ତିଆରି କରି ଦେଇଥିବାରୁ ପାଣି ନିଷ୍କାସନ ହୋଇ ପାରୁନାହିଁ । ତେବେ ଉଭୟ ରଜସ୍ବ ବିଭାଗ ଓ ପୌର ପରିଷଦ ମିଳିତ ଭାବେ ଏହି ସମସ୍ୟାର ସମାଧାନ ନେଇ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.