ETV Bharat / state

ସ୍ବାସ୍ଥ୍ୟ କେନ୍ଦ୍ରରେ ପଡ଼ିଛି ତାଲା,10ରୁ ଅଧିକ ଗ୍ରାମବାସୀ ସ୍ବାସ୍ଥ୍ୟସେବାରୁ ବଞ୍ଚିତ

author img

By

Published : Aug 30, 2020, 9:33 PM IST

ଆୟୁର୍ବେଦିକ ଡାକ୍ତରଖାନାରେ ତାଲା ପଡିଛି । ଡାକ୍ତରଖାନାର କୋଠା ଅଛି ପାଣି ,ବିଜୁଳି ଆଦି ସୁବିଧା ରହିଛି । ଏହି ଡାକ୍ତରଖାନାରେ 10ରୁ ଅଧିକ ଗାଁର ଲୋକେ ନିର୍ଭରଶୀଳ କିନ୍ତୁ ଏଠାରେ ନାହାଁନ୍ତି କର୍ମଚାରୀ । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟ କେନ୍ଦ୍ରରେ ପଡ଼ିଛି ତାଲା,10ରୁ ଅଧିକ ଗାଁଲୋକେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ

ସୁବର୍ଣ୍ଣପୁର: ଡାକ୍ତରଖାନାର କୋଠା ଅଛି । ପାଣି, ବିଜୁଳି ଆଦି ସୁବିଧା ରହିଛି । ରୋଗୀ ମାନଙ୍କ ପାଇଁ ବିଶ୍ରାମ କକ୍ଷ ସହିତ କର୍ମଚାରୀ ମାନଙ୍କ ପାଇଁ ରେସିଡେନ୍ସ କ୍ବାର୍ଟର ବି ରହିଛି । ହେଲେ କର୍ମଚାରୀ ନାହାନ୍ତି । ଏ ଭଳି କର୍ମଚାରୀ ଅଭାବରେ ସୁବର୍ଣ୍ଣପୁର ଜିଲ୍ଲା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଲୁପୁରସିଂଘା ଗାଁରେ ଥିବା ଆୟୁର୍ବେଦିକ ଡାକ୍ତରଖାନାରେ ତାଲା ପଡିଛି ।

ଗତ ଏକ ବର୍ଷ ହେଲା ଏହି ଡାକ୍ତରଖାନାରେ କୌଣସି କର୍ମଚାରୀ ନାହାନ୍ତି । ଡାକ୍ତର କଥା ଛାଡ଼ନ୍ତୁ ଜଣେ କମ୍ପାଉଣ୍ଡର ଅବା ଚତୁର୍ଥ ଶ୍ରେଣୀ କର୍ମଚାରୀ ବି ନାହାନ୍ତି । ପଞ୍ଚାୟତର ପ୍ରାୟ 10ରୁ ଅଧିକ ଗାଁର ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି । ବିଶେଷକରି ଅବେଳରେ ପ୍ରାଥମିକ ଚିକିତ୍ସା ପାଇଁ ଲୋକେ ଏହି ଡାକ୍ତରଖାନାକୁ ଆସିଥାନ୍ତି । ଅନେକ ସମୟରେ ରୋଗୀ କର୍ମଚାରୀ ନ ଥିବା ଜାଣି ନ ପାରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ଦୌଡ଼ି ଆସୁଛନ୍ତି । ହେଲେ ତାଲା ପଡିଥିବା ଦେଖି ନିରାଶରେ ଘରକୁ ଫେରନ୍ତି ଅବା ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଚିକିତ୍ସିତ ହୁଅନ୍ତି । ତେବେ ଗାଁ ଲୋକଙ୍କ ବାରମ୍ବାର ଦାବି ସତ୍ତ୍ବେ ଜିଲ୍ଲାର ଏହି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ପାରୁନାହିଁ ।

ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏପରି ଅବହେଳା ପାଇଁ ଅଞ୍ଚଳରେ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ତେବେ ଜନ ଅସନ୍ତୋଷ ଆନ୍ଦୋଳନର ରୂପ ନେବା ପୂର୍ବରୁ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ପରି ଏକ ମୌଳିକ ସୁବିଧା ଯୋଗାଇ ଦେବା ଜରୁରୀ ହୋଇ ପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.