ETV Bharat / state

ତିନି ବର୍ଷ ପରେ ବି ନିର୍ମାଣ ହୋଇପାରୁନି ରୋପ ୱେ ପ୍ରକଳ୍ପ

author img

By

Published : Apr 19, 2021, 11:32 AM IST

ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ସୁବିଧାଜନକ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଦୁଇଟି ପାହାଡକୁ ସଂଯୋଗ କରି ତିଆରି ହେବାକୁ ଥିବା ରୋପ ୱେ ପ୍ରକଳ୍ପ କାର୍ଯ୍ୟ ଅବହେଳିତ । ସରକାର ଓ ଜିଲ୍ଲା ପ୍ରଶାସନରେ ଅବହେଳା ଯୋଗୁଁ ଦୀର୍ଘ ଦିନର କାର୍ଯ୍ୟସମ୍ପୂର୍ଣ୍ଣ ହୋଇପାରୁନାହିଁ । ଅଧିକ ପଢନ୍ତୁ...

govt neglated rope way project not complited in suabranapur
ତିନି ବର୍ଷ ପରେ ବି ନିର୍ମାଣ ହୋଇ ପାରୁନାହିଁ ରୋପ ୱେ ପ୍ରକଳ୍ପ

ସୁବର୍ଣ୍ଣପୁର: ଜିଲ୍ଲାର ଶ୍ରୀ ଜଗନ୍ନାଥ ସଂସ୍କୃତିର ଅନନ୍ୟ ପୀଠ ପାତାଳୀ ଶ୍ରୀକ୍ଷେତ୍ରର ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ଚାଲିଛି । ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ସୁବିଧାଜନକ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ କମିଟି ଓ ଜିଲ୍ଲା ପ୍ରଶାସନ ଅନେକ ବିକାଶ ମୂଳକ କାର୍ଯ୍ୟ ହାତକୁ ନେଇଛି । ହେଲେ ପ୍ରାକୃତିକ ପରିବେଶ ଭିତରେ ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କ କୃପା ଭିକ୍ଷା ଲାଭ କରିବା ସହିତ ଏହି ପରିବେଶର ଅନନ୍ୟ ଶୋଭାରାଜିକୁ ଉପଭୋଗ କରିବା ପରି ବିକାଶ ମୂଳକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ । ଦୁଇଟି ପାହାଡକୁ ସଂଯୋଗ କରି ତିଆରି ହେବାକୁ ଥିବା ରୋପ ୱେ ପ୍ରକଳ୍ପ କାର୍ଯ୍ୟ ନାଲି ଫିତା ଫାଇଲ ଭିତରେ ପଡିରହିଛି ।

ଗତ 11 ଫେବୃୟାରୀ 2019ରେ ତତ୍କାଳିନ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ,ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ,ତତ୍କାଳୀନ ଜିଲ୍ଲାପାଳ ମଧୂସୂଦନ ମିଶ୍ର ଅତିଥି ଭାବେ ଯୋଗଦେଇ ରୋପ ୱେ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।ପ୍ରାୟ 10 କୋଟି ଟଂକା ବ୍ୟୟ ଅଟକଳରେ ଏହି ରୋପ ୱେ ନିର୍ମାଣ କାର୍ଯ୍ୟ ବର୍ଷକ ଭିତରେ ଶେଷ କରିବା ପାଇଁ ନେତାମାନେ ପ୍ରତିଶ୍ରୃତି ଦେଇଥିଲେ ।ହେଲେ ଆଜକୁ ତିନି ବର୍ଷ ହେଲା ଏହି ବିକାଶ ମୂଳକ କାର୍ଯ୍ୟ ଆରମ୍ଭ କରାଯାଇ ପାରିନାହିଁ । ଇତିମଧ୍ୟରେ ଆଉ ଦୁଇଜଣ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ହେଲେଣି ।ହେଲେ ଶ୍ରୀ ଜଗନ୍ନାଥଙ୍କ ପାବନ କ୍ଷେତ୍ରର ଏହି ବିକାଶ କାର୍ଯ୍ୟ ପ୍ରତି କାହାରି ଯେପରି ନିଘା ନାହିଁ ।

ରୋପ ୱେ ନିର୍ମାଣ ହେଲେ ପ୍ରାକୃତିକ ଓ ପର୍ଯ୍ୟଟନୀୟ ବିଭବରେ ଭରପୁର ଏହି ପବିତ୍ର ପୀଠରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ବର୍ଷସାରା ସମାଗମ ହେବା ସହିତ ଏହି ଅଂଚଳର ଆର୍ଥିକ ଉନ୍ନତି ହୋଇ ପାରିବ । ଅପରପକ୍ଷରେ ବଜେଟରେ ଅର୍ଥ ବ୍ୟବସ୍ଥା ହୋଇସାରିଥିବା ବେଳେ ଖୁବ ଶିଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.