ସୁବର୍ଣ୍ଣପୁର: କୋଟ ସମଳାଇ ଜଙ୍ଗଲରେ ନିରାମୟ ଯୋଜନାର ପ୍ରଚୁର ପରିମାଣର ସରକାରୀ ଔଷଧ ଫିଙ୍ଗି ଦିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏହି ଔଷଧ ଉଲୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲା। ଉଲୁଣ୍ଡାରୁ ବ୍ଲକର ବିଭିନ୍ନ ସ୍ବାସ୍ଥ୍ୟ ଉପକେନ୍ଦ୍ର ଗୁଡିକୁ ପ୍ରଦାନ କରାଯାଇଥିଲା । ହେଲେ ରୋଗୀଙ୍କ ପାଇଁ ଆସିଥିବା ଏହି ଔଷଧ ବଣ୍ଟା ନ ଯାଇ ଜଙ୍ଗଲରେ ଫୋଫାଡି ଦିଆଯାଇଛି ।
କୋଟ ସମଳାଇ ସ୍ବାସ୍ଥ୍ୟ ଉପକେନ୍ଦ୍ରର 3 କିଲୋମିଟର ଦୂରରେ ଏହି ଔଷଧ ଫୋଫାଡି ଦିଆଯାଇଛି । କୋଟ ସମଳାଇ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ଏହି କାର୍ଯ୍ୟ କରିଥିବା ଆଶା କରାଯାଉଛି। ଏହା ଉପରେ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ