ETV Bharat / state

ସୁବର୍ଣ୍ଣପୁରରେ ଅଗ୍ନି ନିର୍ବାପକ କୌଶଳ ପ୍ରଶିକ୍ଷଣ

author img

By

Published : Apr 15, 2021, 4:40 PM IST

ସୁବର୍ଣ୍ଣପୁରରେ ଅଗ୍ନି ନିର୍ବାପକ କୌଶଳ ପଶିକ୍ଷଣ କର୍ମଶାଳା କରାଯାଇଛି । ଲୋକେ କିପରି ପ୍ରାଥମିକ ପର୍ଯ୍ୟାୟରେ ନିଆଁକୁ ଆୟତ୍ତ କରି ନିଜ ଜୀବନକୁ ବିପଦ ମୁଖରୁ ରକ୍ଷା କରିପାରିବେ ସେନେଇ ଟ୍ରେନିଂ ପ୍ରଦାନ । ଅଧିକ ପଢନ୍ତୁ....

ସୁବର୍ଣ୍ଣପୁରରେ ଅଗ୍ନି ନିର୍ବାପକ କୌଶଳ ପ୍ରଶିକ୍ଷଣ
ସୁବର୍ଣ୍ଣପୁରରେ ଅଗ୍ନି ନିର୍ବାପକ କୌଶଳ ପ୍ରଶିକ୍ଷଣ

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅଗ୍ନି ନିର୍ବାପକ କୌଶଳ ପ୍ରଶିକ୍ଷଣ ଦିଆଯାଉଛି । ସଦର ଅଗ୍ନିଶମ ବିଭାଗ ପକ୍ଷରୁ ଏହା ପ୍ରଦର୍ଶନ କରାଯାଇଛି । ସଦର ଫାୟାର ଅଫିସର ବଳରାମ ପ୍ରଧାନଙ୍କ ନେତୃତ୍ୱରେ ପ୍ରଶିକ୍ଷକ ଉଜ୍ଜଳ ବେହେରା, ଦିଲ୍ଲୀପ କୁମାର ଦେହୁରୀ ଯୋଗଦେଇ ଅଗ୍ନି ନିର୍ବାପକର କୌଶଳଗୁଡ଼ିକ ପ୍ରଦର୍ଶନ କରିଛନ୍ତି ।

ସାଧାରଣ ଲୋକେ ଯେପରି ଭୟଭୀତ ନ ହୋଇ ଆଖପାଖରେ ମହଜୁଦ ଥିବା ଦ୍ରବ୍ୟର ଉପଯୋଗ କରି କିଭଳି ନିଆଁ ଲିଭାଇବା ସହିତ ଲୋକଙ୍କୁ ବିପଦମୁଖରୁ ରକ୍ଷା କରିପାରିବେ ସେହି କୌଶଳଗୁଡିକ ପ୍ରଦର୍ଶନ କରାଯାଇଛି । ଏହି କର୍ମଶାଳାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ସୁରକ୍ଷାକର୍ମୀଙ୍କ ସମେତ ସ୍ୱାସ୍ଥ୍ୟ କର୍ମଚାରୀ, ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ । ପ୍ରଶିକ୍ଷକମାନଙ୍କୁ ସ୍ବେଚ୍ଛାସେବୀମାନେ ପଚାରିଥିବା ପ୍ରଶ୍ନଗୁଡ଼ିକର ସହଜ ଉତ୍ତର ସହିତ ଅଗ୍ନି ନିର୍ବାପକ କୌଶଳ ସବୁ ସରଳ ଭାଷାରେ ବୁଝାଇ କହିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.